ଅମ୍ବାନୀ ପରିବାରର ଦୀପାବଳି ପାର୍ଟିରେ ହିଜେଲଙ୍କ ସହ ନଜର ଆସିଲେ ଯୁବରାଜ, ଭାଇରାଲ ହେଉଛି ଫଟୋ

ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପତ୍ନୀ ହେଜଲ କିଚ୍‌ ଗ୍ଲାମର ଦୁନିଆରେ ଖୁବ୍‌ ଚର୍ଚ୍ଚିତ। ବଡିଗାର୍ଡ ଫିଲ୍ମରେ ସୁନ୍ଦର ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟର ପାତ୍ର ପାଲଟିଯାଇଥିଲେ। ତେବେ ବର୍ତ୍ତମାନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ହିଜେଲ। କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଦୀପାବଳିରେ ଅମ୍ବାନୀଙ୍କ ପାର୍ଟିରେ ଯୋଗ ଦେଇଥିବାରୁ ଏହି ଅଭିନେତ୍ରୀ ଏବେ ଲାଇମ୍‌ ଲାଇଟ୍‌ରେ।

ଏହାସହ ପଢ଼ନ୍ତୁ: ଦୀପାବଳିରେ ବଚ୍ଚନ ପରିବାର ଆୟୋଜନ କରୁଛି ଗ୍ରାଣ୍ଡ ପାର୍ଟି, ଜାଣନ୍ତୁ ଅତିଥି ତାଲିକାରେ କିଏ ଅଛନ୍ତି କିଏ ନାହାନ୍ତି

ଦୀପାବଳି ଅବସରରେ ଅମ୍ବାନୀ ପରିବାର ତରଫରୁ ଏକ ବିରାଟ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ବଲିଉଡ୍‌ ଓ କ୍ରିକେଟ୍‌ ଜଗତର ବଡ଼ ବଡ଼ ହସ୍ତୀଙ୍କୁ ଦେଖିବାକୁ ମିଳିଥିଲା।

ପାର୍ଟିରେ ପତ୍ନୀ ହିଜେଲଙ୍କ ସହ ଯୁବରାଜ ସିଂହ ମଧ୍ୟ ଯୋଗ ଦେଇଥିଲେ। ଏ ଅବସରରେ ହିଜେଲ ବ୍ଲାକ୍‌ ଓ୍ଵାନ୍‌ ସୋଲଡର କ୍ରାମ୍ପ ଏବଂ ଲାଇଟ୍‌ ବ୍ଲୁ ଲେହେଙ୍ଗା ପିନ୍ଧିଥିବା ବେଳେ ଯୁବରାଜ ବ୍ଲାକ୍‌ କଲର ଲଙ୍ଗ୍‌ କୁର୍ତ୍ତା ପିନ୍ଧିଥିଲେ। ଟ୍ରାଡିସ୍‌ନାଲ ଲୁକ୍‌ରେ ଉଭୟେ ଖୁବ୍‌ ଗ୍ଲାମର୍ସ ଲାଗୁଥିଲେ।

ଯୁବରାଜ ଓ ହିଜେଲଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ୟୁଜରମାନେ ମଧ୍ୟ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି। ପାର୍ଟିରେ ସପତ୍ନୀକ ରୋହିତ ଶର୍ମା ଓ ଜାହିର ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ ଅମ୍ବାନୀ ପରିବାରର ଏକମାତ୍ର କନ୍ୟା ଈଶାଙ୍କର ବିବାହ ପରେ ଏହା ପ୍ରଥମ ଦୀପାବଳି। ଏ ଅବସରରେ ମୁକେଶ ଓ ନୀତା ଅମ୍ବାନୀଙ୍କ ତରଫରୁ ଗ୍ରାଣ୍ଡ୍‌ ପାର୍ଟିର ଆୟୋଜନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.