Below header

ବିହାରରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ବିହାରରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ। ୨ ଗିରଫ ବାଂଲାଦେଶ ବାସିନ୍ଦା ଓ ବାଂଲାଦେଶର ଆତଙ୍କବାଦୀ ସଂଗଠନ ଜାମାତ ଉଲ ମୁଜାହିଦ୍ଦିନ ଏବଂ ଇସଲାମିକ ଷ୍ଟେଟର ସଦସ୍ୟ ବୋଲି କୁହାଯାଇଛି। ପାଟନାରେ ୨ ଆତଙ୍କବାଦୀ ଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଏମାନଙ୍କୁ ଅଟକ ରଖିଥିଲା ପାଟନା ଏଟିଏସ। ପଚରାଉଚୁରା ପରେ ସେମାନେ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ସ୍ୱୀକାର କରିଥିବା ଏଟିଏସ ଏଡିଜି କେ କ୍ରିଷ୍ଣନ କହିଛନ୍ତି। ଏହା ସହ ସେମାନଙ୍କ ଠାରୁ ବହୁ ବିସ୍ଫୋରକ ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରାଯାଇଛି। ଏଭଳି ବିସ୍ଫୋରକ ପୁଲୱାମା ଆତ୍ମଘାତୀ ଆକ୍ରମଣରେ ବ୍ୟବହୃତ ହୋଇଥିବା ଏଡିଜି କହିଛନ୍ତି। ଗତ ୧୧ଦିନ ଧରି ଏମାନେ ବୋଧଗୟା ଠାରେ ରହି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ଗିରଫ ପରେ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.