Below header

ଗୋଟିଏ ଓ୍ଵାସରୁମ, ଲାଗିଛି ଦୁଇ ଦୁଇଟି ଟଏଲେଟ, କେବଳ ଟଏଲେଟରେ ଖର୍ଚ୍ଚ ହୋଇଛି ୧୦ ଲକ୍ଷ

କେନ୍ୟୁଜ୍‌(ବ୍ୟୁରୋ): ଓ୍ଵାସରୁମ ଗୋଟିଏ କିନ୍ତୁ ଲାଗିଛି ଦୁଇ ଦୁଇଟି ଟଏଲେଟ । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି । ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାର ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଭିଡିଓ ଜିରିଆରେ ପ୍ରଶାସନିକ ଅବହେଲାର ନଗ୍ନଚିତ୍ର ସାମନାକୁ ଆସିଛି ।

ଉତ୍ତର ପ୍ରଦେଶ ବସ୍ତି ଜିଲ୍ଲା ଗୌରଧୁନ୍ଧା ଗାଁରୁ ଏପରି ଚିତ୍ର ସାମନାକୁ ଆସିଛି । ଏହି ଗାଁର ଗୋଟିଏ କମ୍ୟୁନିଟି ଓ୍ଵାସରୁମରେ ୨ଟି ଇଣ୍ଡିଆନ ଟଏଲେଟ ଖଞ୍ଜାଯାଇଛି । କିନ୍ତୁ ଦୁଇଟି ଟଏଲେଟ ମଝିରେ କୌଣସି ବାଡ଼ ଦିଆଯାଇନାହିଁ । ଯେଉଁଥି ପାଇଁ ଏହି ଟଏଲେଟ ବ୍ୟବହାରରେ ଲାଗି ପାରୁନାହିଁ । ଏ ବାବଦରେ ଉନ୍ନୟନ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଥିବା କହିଛନ୍ତି ଜିଲ୍ଲା ପଞ୍ଚାୟତିରାଜ ଅଧିକାରୀ । ଏହି ଓ୍ଵାସରୁମ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଟଏଲେଟ ମଝିରେ ବାଡ଼ ଦେବାକୁ ଭୁଲି ଯାଇଛି ନିର୍ମାଣ ସଂସ୍ଥା । ଏହାମଧ୍ୟ ଚର୍ଚ୍ଚା ହେଉଛିକି କେବଳ ଟଏଲେଟରେ ସଂସ୍ଥା ୧୦ ଲକ୍ଷ ଟଙ୍କା ସାରି ଦେଇଛି । ଯାହା ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.