Below header

‘ସରକାର ଯାତ୍ରା ରଦ୍ଦ କରିବା ପାଇଁ ନୂଆ ଆଇଡିୟା ବାହାର କରିଛନ୍ତି’; କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କ ଚିଠି ଉପରେ ରାହୁଲ ଗାନ୍ଧୀଙ୍କ ଆକ୍ରମଣ

ସାରା ଦେଶରେ କରୋନା ବୃଦ୍ଧି ମାମଲାକୁ ନଜର ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟା ‘ଭାରତ ଯୋଡ଼ୋ ଯାତ୍ରା’କୁ ସ୍ଥଗିତ କରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ମଣ୍ଡଭିୟା କହିଛନ୍ତି ଯେ ଭାରତ ଯୋଡ଼ୋ ଯାତ୍ରାରେ କରୋନା ଗାଇଡ୍‌ଲାଇନ୍ସକୁ କଡ଼ାକଡ଼ି ଭାବରେ ପାଳନ କରାଯାଉ। ଯଦି କୋଭିଡ୍‌ ପ୍ରୋଟୋକଲ୍‌ ପାଳନ କରିବା ସମ୍ଭବ ହେଉ ନାହିଁ, ତା’ ହେଲେ ଯାତ୍ରାକୁ ଦେଶର ହିତ ପାଇଁ ସ୍ଥଗିତ ରଖାଯାଉ, ଯାହାପରେ ଏବେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି କି, ‘ସରକାର ଏବେ ନୂଆ ଆଇଡିୟା ବାହାର କରିଛନ୍ତି। ମୋତେ ଚିଠି ଲେଖିଛନ୍ତି। ଯାତ୍ରା ବନ୍ଦ କର, କାହିଁକି ନା, କୋଭିଡ୍‌ ଆସୁଛି’। ରାହୁଲ ଗାନ୍ଧୀ ସରକାରଙ୍କୁ ଆକ୍ରମଣାତ୍ମକ ଢଙ୍ଗରେ କହିଛନ୍ତି, ଏବେ ସରକାର ଯାତ୍ରାକୁ ରୋକିବା ପାଇଁ ବାହାନା କରୁଛନ୍ତି। ମାସ୍କ ପିନ୍ଧ, ଯାତ୍ରା ବନ୍ଦ କର, କୋଭିଡ୍‌ ବ୍ୟାପୁଛି। ହିନ୍ଦୁସ୍ତାନର ଶକ୍ତି ଏବଂ ସତ୍ୟକୁ ଏହି ଲୋକମାନେ ଡରି ଯାଇଛନ୍ତି। ଏହା ହେଉଛି ବାସ୍ତବିକତା। ଯାତ୍ରାରେ ଆମେ ୧୦୦ରୁ ଅଧିକ ଦିନ ଚାଲିଛୁ, ଯେଉଁଥିରେ ହିନ୍ଦୁ, ମୁସଲମାନ, ଶିଖ, ଇସାଇ ସବୁ ଜାତିର ଲୋକେ ସାମିଲ ହୋଇଥିଲେ’।

ରାହୁଲ ଗାନ୍ଧୀ ଆହୁରି କହିଥିଲେ ଯେ ‘ଏହି ଦିନ ବହୁତ ଦୂର ଅଛି ବୋଲି ଭାବନାହିଁ। ଏହି ଦିନ ଦୂର ନାହିଁ। ଏହି ଦିନ ଆସୁଛି, ଯେଉଁ ଦିନ ଦେଶ ପୁଣି ମିଶି ଭାଇଚାରା ଏବଂ ପ୍ରେମର ସହିତ ଏକସାଥୀରେ ଆଗକୁ ବଢ଼ିବ। ଆମେ ଭାଙ୍ଗିବାକୁ ଦେବୁ ନାହିଁ, ଯେତେ ଚେଷ୍ଟା କରୁଛ କର। ଆମେ ଏହି ଦେଶକୁ ଭାଙ୍ଗିବାକୁ ଦେବୁ ନାହିଁ। ଏ ଯେଉଁ ଯାତ୍ରା ଅଛି, କାଶ୍ମୀର ପର୍ଯ୍ୟନ୍ତ ଯିବ’।

କହି ରଖୁଛୁ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ରାହୁଲ ଗାନ୍ଧୀଙ୍କ ପାଖକୁ ଚିଠି ଲେଖି କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ରଦ୍ଦ କରିବାକୁ ଦାବି କରିଛନ୍ତି। ମଣ୍ଡଭିୟା ଚିଠିରେ ଲେଖିଥିଲେ, ରାଜସ୍ଥାନରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ କରୋନା ଗାଇଡ୍‌ଲାଇନ୍ସ କଡ଼ାକଡ଼ି ଭାବେ ପାଳନ ହେଉ। ସମସ୍ତେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ। ଯାତ୍ରାରେ କେବଳ ଭ୍ୟାକ୍ସିନେଟେଡ୍‌ ଲୋକ ହିଁ ସାମିଲ ହୁଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.