ଗୋବିନ୍ଦ ସାହୁ ଆତ୍ମହତ୍ୟାର ଖୋଳତାଡ,କଣ୍ଟାବାଞ୍ଜି ଜେଲରେ କ୍ରାଇମବ୍ରାଞ୍ଚ ଆଇଜି କରୁଛନ୍ତି ତଦନ୍ତ

କଣ୍ଟାବାଞ୍ଜି(କେନ୍ୟୁଜ୍): ଗୋବିନ୍ଦ ସାହୁ ଆତ୍ମହତ୍ୟାର ଖୋଳତାଡ । କଣ୍ଟାବାଞ୍ଜି ଉପ କାରାଗାରରେ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା । ସେ ଜେଲ୍‌ ଅନ୍ତେବାସୀ ଓ କର୍ମଚାରୀଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି । କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ ? କେଉଁ ଅଧିକାରୀମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ସେଦିଗ ଉପରେ ତଦନ୍ତ ହେବ ବୋଲି କହିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା । ଗତକାଲିଠାରୁ କ୍ରାଇମ୍‌ବ୍ରାଞ୍ଚର ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଓ ୧୦ ଜଣିଆ ଫରେନସିକ୍‌ ଟିମ୍‌ ତଦନ୍ତ କରୁଛନ୍ତି ।

ତଦନ୍ତ ଭିତରେ ସାମନାକୁ ଆସିଛି କଣ୍ଟାବାଞ୍ଜି ଜେଲ୍‌ ଭିତରେ ଗୋବିନ୍ଦ ସାହୁ ସୁଇସାଇଡ୍‌ କରିଥିବା ସ୍ଥାନର ଚିତ୍ର । ଦୁଇଟି ଗାମୁଛାକୁ ଏକାଠି ଯୋଡ଼ି ଝୁଲି ପଡ଼ିଥିଲେ । ତଳେ ଥିବା କାଠ ଗଣ୍ଡିରେ ଚଢ଼ି ଗୋବିନ୍ଦ ଝୁଲି ପଡିଥିବା ସନ୍ଦେହ କରାଯାଉଛି । ଜେଲ୍‌ ଭିତରର ଏହି ଫଟୋ ଭାଇରାଲ୍‌ ହୋଇଛି । ଗତକାଲି କ୍ରାଇମବ୍ରାଞ୍ଚ ଟିମ୍‌ ଜେଲ୍‌ ଭିତରୁ ଗାମୁଛା, ଗୋବିନ୍ଦଙ୍କ ଚପଲ ଜବତ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.