ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ୨୨୭ ରନରେ ଅଲଆଉଟ୍‌ ହେଲା ବାଂଲାଦେଶ

ଢାକାର ଶେର-ଏ ବାଂଲା ନ୍ୟାସନାଲ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବାଂଲାଦେଶ ମାତ୍ର ୨୨୭ ରନରେ ଅଲଆଉଟ ହୋଇଯାଇଛି ।

ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବାଂଲାଦେଶ ବଡ ସ୍କୋର କରିପାରିନାହିଁ । ବାଂଲାଦେଶ ଟିମର ବ୍ୟାଟସମ୍ୟାନ୍‌ ମୋମିନୁଲ ହକ୍ ୮୪ ରନର ଇନିଂସ ଖେଳିଥିଲେ । ଆଉ କୌଣସି ବ୍ୟାଟସମ୍ୟାନ୍‌ ୩୦ ରନରୁ ଅଧିକ କରିପାରିନଥିଲେ । ତେଣୁ ବାଂଲାଦେଶ ଟିମ୍‌ ମାତ୍ର ୨୨୭ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଟିମ୍‌ ଇଣ୍ଡିଆ ପକ୍ଷରୁ ଉମେଶ ଯାଦବ ଓ ରବିଚନ୍ଦ୍ରନ ଅଶ୍ୱିନ ୪ଟି ଲେଖାଏ ୱିକେଟ ନେଇ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ କରିଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ୩୯ ରନରେ ଦୁଇ ଓପନର ଜାକିର ହାସନ(୧୫) ଓ ନଜମୁଲ ହୁସେନ ସାଣ୍ଟୋ(୨୪)ଙ୍କୁ ହରାଇଥିଲା। ସାଣ୍ଟୋଙ୍କୁ ଅଶ୍ୱିନ ଓ ଜାକିରଙ୍କୁ ଜୟଦେବ ଉନାଦକତ ଆଉଟ କରିଥିଲେ।

୩୯ ରନରେ ଦୁଇ ୱିକେଟ ହରାଇଥିବା ବାଂଲାଦେଶ ଲଞ୍ଚ ଯାଏ ଆଉ କୌଣସି କ୍ଷତି ଘଟାଇ ନଥିଲା। ସାକିବ ଅଲ ହାସନ ଓ ମୋମିନୁଲ ଦମଦାର ବ୍ୟାଟିଂ କରି ଲଞ୍ଚ ସୁଦ୍ଧା ଦଳୀୟ ସ୍କୋରକୁ ୮୨ରେ ପହଞ୍ଚାଇ ଦେଇଥିଲେ। ସାକିବ ୧୬ ରନ, ମୋମିନୁଲ ୮୪,  ରହିମ ୨୬, ଲିଟନ ଦାସ ୨୫ ରନ, ମହେଦୀ ହାସନ ମିରଜା(୧୫), ନୁରୁଲ ହାସନ(୬) ଓ ତସ୍କିନ ଅହମଦ(୧)ଙ୍କୁ ଉମେଶ ଯାଦବ ଆଉଟ ହୋଇଥିଲେ।

ଅନ୍ୟପକ୍ଷରେ ଆଜି ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତ କୌଣସି ୱିକେଟ୍ ନ ହରାଇ ୧୯ ରନ୍ ସଂଗ୍ରହ କରିଛି। ଅଧିନାୟକ କେ ଏଲ୍ ରାହୁଲ ୩ ରନ୍ (୩୦ ବଲ୍) ଓ ଶୁବମନ ଗିଲ୍ ୧୪ ରନ୍ (୨୦ ବଲ୍) କରି ଅପରାଜିତ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.