କ’ଣ ଆପଣ ବି ଦିନଯାକ ଏଭଳି ଭୁଲ କରୁଛନ୍ତି କି? ଏବେଠୁ ଜାଣି ସତର୍କ ରୁହନ୍ତୁ ନଚେତ ପଡ଼ିବ ମାତା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି

ଲକ୍ଷ୍ମୀଙ୍କ କୃପା, ଅନୁଗ୍ରହ ବିନା ଜୀବନରେ ଆର୍ଥିକ ଉନ୍ନତି ସମ୍ଭବ ନୁହେଁ। ମା’ ଲକ୍ଷ୍ମୀ ସ୍ୱଭାବରେ ଚଞ୍ଚଳ ହୋଇ ଥାଆନ୍ତି। ଏହି କାରଣରୁ ଲକ୍ଷ୍ମୀ ସବୁବେଳେ ଜଣଙ୍କ ପାଖରେ ହିଁ ରହି ନ ଥାଆନ୍ତି। କୁହାଯାଏ, ଯାହାଙ୍କ ଉପରେ ମା’ ଲକ୍ଷ୍ମୀ ଦୟାଳୁ ଅବା ପ୍ରସନ୍ନ ହୁଅନ୍ତି, ସେମାନଙ୍କ ପାଖରେ ଧନ, ଦୌଲତର ଅଭାବ ରହି ନ ଥାଏ। ସେଠି ଯେତେବେଳେ ଲକ୍ଷ୍ମୀ ରାଗି ଯାଆନ୍ତି, ତ ଧନବାନଙ୍କୁ ମଧ୍ୟ କାଙ୍ଗାଳ ହେବାକୁ ବେଶି ସମୟ ଲାଗି ନ ଥାଏ। ଶାସ୍ତ୍ରରେ ଏପରି କିଛି କାର୍ଯ୍ୟ ବିଷୟରେ କୁହାଯାଇଛି, ଯାହାକୁ କରିବା ଦ୍ୱାରା ଧନର ଦେବୀ ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି। ଏମିତିରେ ଆସନ୍ତୁ ଜାଣିବା କି, କେଉଁ ଭୁଲ୍ ଆମେ କରିବା ଉଚିତ୍ ନୁହେଁ।

ଶାସ୍ତ୍ର ଅନୁସାରେ ମା’ ଲକ୍ଷ୍ମୀ ଧନ ଦେବୀ ଅଟନ୍ତି । କୁହାଯାଏ ଯାହା ଉପରେ ମା’ ଲକ୍ଷ୍ମୀଙ୍କର କୃପା ରହିଥାଏ ତାଙ୍କ ପାଖରେ କେବେ ବି ଧନର ଅଭାବ ହୋଇନଥାଏ । ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ କଠୋର ପରିଶ୍ରମ କରିବା ସହ ଆଚାର ବିଚାର ଓ ଜୀବନ ଧାରଣରେ ବହୁତ କିଛି ପରିବର୍ତ୍ତନର ଆବଶ୍ୟକତା ପଡ଼ିଥାଏ । ଆସନ୍ତୁ ଜାଣିବା କେମିତି ଆପଣ ନିଜର ଦିନଚର୍ଯ୍ୟା ଦ୍ୱାରା ମାତା ଲକ୍ଷ୍ମୀଙ୍କୁ ପ୍ରଶନ୍ନ କରି ଧନ ସମସ୍ୟାର ସମାଧାନ କରିପାରିବେ ।

ଅନେକ ଥର ଲୋକଙ୍କ କଥା ଶୁଣିଥିବେ ଯେ ଆଜି ପୂରା ଦିନ ବହୁତ ଖରାପ ଗଲା। ଅର୍ଥାତ୍‌ ଦିନଟା ସାରା ଗୋଟେ ପରେ ଗୋଟେ ସମସ୍ୟାକୁ ସାମ୍ନା କରୁଛନ୍ତି ହିଁ କରୁଛନ୍ତି। ଏତେ ପରିଶ୍ରମ ପରେ ବି ସକରାତ୍ମକ ଫଳ ମିଳିନଥାଏ। ବାସ୍ତୁ ଶାସ୍ତ୍ର ମୁତାବକ ଏମିତି ସ୍ଥିତି ପଛରେ ଆମର ଭୁଲ ରହିଥାଏ। ଏହିସବୁ କାରଣ ପାଇଁ ଆମେ ହିଁ ଦାୟୀ ରହିଥାଉ। ଯଦି ଏମିତି ଭୁଲ ବାରମ୍ବାର ପ୍ରତିଦିନ କରନ୍ତି ତାହେଲେ ଆପଣଙ୍କ ସୁଭାଗ୍ୟ କୁଭାଗ୍ୟରେ ପରିଣତ ହୋଇଯିବ।

ଘରେ କେବେ ବି ଏପରି କାମ କରନ୍ତୁ ନାହିଁ :
୧. ଯଦି ଘରେ କୌଣସି ଭଙ୍ଗା ଦର୍ପଣ ରହିଥାଏ । ତେବେ ଏହାଦ୍ୱାରା ମାନସିକ ଦୁଶ୍ଚିନ୍ତା ବଢ଼ିବା ସହ ଧନର ଅଭାବ ହୋଇଥାଏ ।

୨. ଘରେ କୌଣସି ଖରାପ ଗାଡ଼ି କିମ୍ବା ଖରାପ ଇଲେକ୍ଟ୍ରୋନିକ୍ସ ଜିନିଷ ଥିଲେ ଧନ ହାନୀ ହୋଇଥାଏ ।

୩. ଯେଉଁ ସ୍ତ୍ରୀର ବ୍ୟବହାର କଠୋର ଓ ନିର୍ଦ୍ଦୟ ହୋଇଥାଏ ଓ ଯେଉଁ ଘରେ ଝଗଡ଼ା ହୋଇଥାଏ ସେଠାରେ ଲକ୍ଷ୍ମୀ ରହିନଥାନ୍ତି ।

୪. ଯେଉଁ ଲୋକ ନିଜ ପିତା-ମାତାଙ୍କୁ ହତାଦର କରିଥାନ୍ତି ସେଠାରେ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ।

୫. ଯେଉଁ ସ୍ତ୍ରୀ ଓ ପୁରୁଷ ଚରିତ୍ରହୀନ ହୋଇଥାନ୍ତି ଓ ଖରାପ କାମ କରିଥାନ୍ତି ସେଠାରେ ମା’ ଲକ୍ଷ୍ମୀ ରହିନଥାନ୍ତି ।

୬. ଯେଉଁ ଘରେ ପ୍ରେମର ଅଭାବ ହୋଇଥାଏ, ସେଠାରେ ଲକ୍ଷ୍ମୀ ରହିନଥାନ୍ତି ।

୭. ଯେଉଁ ଘରେ ଜିନିଷ ୟାଡେସାଡେ ପଡ଼ିଥାଏ ଓ ପୂଜା ପାଠ ହୋଇନଥାଏ ସେଠାରେ ଲକ୍ଷ୍ମୀ ରହିନଥାନ୍ତି ।

୮. ଯେଉଁ ଘରେ ନିଶା ଦ୍ରବ୍ୟ ସେବନ ହୋଇଥାଏ ଓ ଆଳସ୍ୟରେ ଲୋକ ରହିଥାନ୍ତି ଏବଂ ପୁରୁଷ ପତ୍ନୀଙ୍କୁ ଅପମାନ କରିଥାନ୍ତି ସେଠାରେ ମା’ ରହିନଥାନ୍ତି ।

୯. ଯେଉଁ ସ୍ତ୍ରୀ ସ୍ୱାମୀଙ୍କୁ ଦୁର୍ବ୍ୟବହାର କରିଥାଏ ଓ ଲଜ୍ଜା ତ୍ୟାଗ କରିଥାଏ ସେ ଘରେ ମା’ ଲକ୍ଷ୍ମୀ ରହିନଥାନ୍ତି ।

୧୦. ଯେଉଁ ଘରେ ସଂଧ୍ୟା ଓ ଦିନ ସମୟରେ ଶୋଇ ରହିବା ସହ ମଇଳା ପୋଷାକ ପିନ୍ଧିଥାନ୍ତି ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେଇନଥାନ୍ତି, ସେଠାରେ ମା’ ଲକ୍ଷ୍ମୀ ପ୍ରବେଶ କରି ନଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.