Below header

ଚୀନରେ ବାତ୍ୟା ‘ଲେକିମା’ ରଚିଲା ତାଣ୍ଡବ, ୨୮ ମୃତ

ସାମୁଦ୍ରିକ ଝଡ଼ ଲେକିମା ଚୀନରେ ତାଣ୍ଡବ ରଚିଛି। ଲେକିମା ପ୍ରଭାବରେ ହୋଇଥିବା ବର୍ଷା ଓ ପବନ ଯୋଗୁ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ଅଧିକାଂଶ ମୃତ୍ୟୁ ଭୂସ୍ଖଳନ ଯୋଗୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି। ସେହିପରି ଭୂସ୍ଖଳନ ଯୋଗୁ ୧୮ ଜଣ ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି। ଲେକିମା ସାଂଘାଇରେ ଲାଣ୍ଡ ଫଲ କରିଛି । ଅବିଶ୍ରାନ୍ତ ବର୍ଷା ଯୋଗୁ ଚୀନରେ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି।

lakimaପୂର୍ବରୁ ଲେକିମା ସୁପର ଟାଇଫୁନ ରୂପ ନେଇ ସ୍ଥଳ ଭାଗ ଛୁଇଁବ ବୋଲି କୁହାଯାଉଥିଲା। ହେଲେ ସ୍ଥଳ ଭାଗ ଛୁଇଁବା ବେଳେ ଏହା ସାମାନ୍ୟ ଦୁର୍ବଳ ହୋଇଯାଇଥିଲା। ଝେଇଜିଆଙ୍ଗ ଅଞ୍ଚଳରେ ବାତ୍ୟାର ପ୍ରଭାବ ସବୁଠାରୁ ଅଧିକ ପଡ଼ିଛି। ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ହଜାରରୁ ଊର୍ଦ୍ଧ୍ଵ ବିମାନ ମଧ୍ୟ ବାତିଲ କରାଯାଇଛି ।

LEKIMA-2

LEKIMA-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.