Below header

ରାଉରକେଲା: ସିମଡେଗା ଜଙ୍ଗଲରୁ ହକି ଖେଳାଳିଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଉଠିଲା ସନ୍ଦେହ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସିମଡେଗା ଜଙ୍ଗଲ ରାସ୍ତାର ଗଛରେ ଦୁଇ ଜଣ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ହେଲେ ଝାଡ଼ଖଣ୍ଡର ଶ୍ରଦ୍ଧା ସୁନନ୍ଦିନୀ ସୋରେଙ୍ଗ ଓ ବୀରମିତ୍ରପୁରର ସୁନନ୍ଦିନୀ ବାଗେ । ଦୁହେଁ ହକି ଖେଳାଳି । ଶ୍ରଦ୍ଧା ଓ ସୁନନ୍ଦିନୀ ହକି ଖେଳିବେ କହି ସେମାନଙ୍କ ଘରୁ ବାହାରି ଆସିଥିଲେ । ଉଭୟ ସିମେ଼ଗାର ପିରୁଲ ଛକରେ ଗତକାଲି ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ । ତେବେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.