ପ୍ରେମ ପାଇଁ ଛାତ୍ର ହାରିଲେ ଜୀବନ, ପ୍ରେମିକା ବାଡି ପଛରେ ରଶି ଲଗାଇ କଲେ ଆତ୍ମହତ୍ୟା

ପ୍ରେମ ପାଇଁ ଜୀବନ ହାରିଲେ ଜଣେ ଆଇ.ଟି.ଆଇ  ଛାତ୍ର। ପ୍ରେମିକାଙ୍କ ଘର ବାଡିରେ ଆତ୍ମହତ୍ୟା କରିଛନ୍ତି ବ୍ରହ୍ମପୁର ଆଇ.ଟି.ଆଇର ଛାତ୍ର I ଏଭଳି ଏକ ଚଞ୍ଚ୍ୟଲ୍ୟକର ଘଟଣା ସାମନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା କଣ୍ଟାବଣି ଗ୍ରାମରେ I କଣ୍ଟାବଣି ଗ୍ରାମରେ ଏକ ତେନ୍ତୁଳୀ ଗଛରେ ବେକରେ ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା I ଝୁଲାନ୍ତ ମୃତ ଦେହକୁ ସେଠାରୁ ଉଦ୍ଧାର କରିବା ସହ ଯୁବକଙ୍କ ନିକଟରେ ଥିବା ଏକ ସାଇକେଲ, ଚପଲ, ସିନ୍ଦୁର, ଝିଅ ଫଟୋ ,ମୋବାଇଲ ଓ ସୁଇସାଇଡ ନୋଟକୁ ଜବତ କରିଛି  I ଜବତ ପରେ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସପିଟାଲକୁ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି I ମୃତ ଯୁବକ ଜଣକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟୁକାବାଦୀ ଗ୍ରାମର ଲକ୍ଷ୍ମଣ ମାରାଣ୍ଡି I ଲକ୍ଷ୍ମଣ ବ୍ରହ୍ମପୁରରେ ଆଇ.ଟି.ଆଇ କରୁଥିଲେ I ଲକ୍ଷ୍ମଣ ଦୁଇ ଦିନ ଆଗରୁ ବ୍ରହ୍ମପୁରରୁ ଘରକୁ ଫେରିଥିଲେ ଏବଂ ଗତକାଲି ସକାଳ ୧୦ଟାରେ ଘରୁ ବାହାରି ଆଉ ଘରକୁ ଫେରିନଥିଲେ I ହଠାତ ଆଜି ସକାଳେ କଣ୍ଟାବଣିରେ ଆତ୍ମହତ୍ୟା କରିଥିବାର  ଘର ଲୋକେ ଖବର ପାଇଥିଲେ I ଅନ୍ୟପଟେ ଯୁବକଙ୍କ ପକେଟରୁ ସିନ୍ଦୁର, ଝିଅ ଫଟୋ ଓ ସୁଇସାଇଡ ନୋଟ ମିଳିଥିବାରୁ ପ୍ରେମ ପାଇଁ ଆତ୍ମହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.