ହାର୍ଦ୍ଦିକ ଏବଂ କୄନାଲଙ୍କ ମସ୍ତି ଭିଡିଓ ଭାଇରାଲ, ଦୁହେଁ ହୋଟେଲ ରୁମ୍‌ରେ ଗାଉଛନ୍ତି ଗୀତ

ଏବେ ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି। ଦୁଇଟି ଟିମ ମଧ୍ୟରେ ତିନୋଟି ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଆଜି ଦ୍ୱିତୀୟ ମ୍ୟାଚ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭାଇ କୄନାଲ ପାଣ୍ଡ୍ୟା ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଗୀତ ଗାଉଥିବାର ନଜର ଆସିଛନ୍ତି। ୱେଷ୍ଟଇଣ୍ଡିଜ ଗସ୍ତର ଏହି ସିରିଜରେ ହାର୍ଦ୍ଦିକଙ୍କୁ ବାଦ ଦିଆଯାଇଥିବା ବେଳେ କୄନାଲ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରୁଛନ୍ତି। କିନ୍ତୁ କୄନାଲ ଦିନିକିଆ ମ୍ୟାଚ ଖେଳିବେ ନାହିଁ। ଖାସ୍‌ ଏଥିପାଇଁ ଭାଇ ହାର୍ଦ୍ଦିକଙ୍କ ସହିତ କୄନାଲଙ୍କୁ ମସ୍ତି ମୁଡରେ ଦେଖିବାକୁ ମିଳିଛି। ଦୁହେଁ ହୋଟେଲ ରୁମରେ ବସି ଗୀତ ଧନୁଷଙ୍କ ସୁପରହିଟ ଗୀତ ‘କୋଲାଭରୀ ଡି’ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ କୄନାଲ ସେୟାର କରିଛନ୍ତି। ହାର୍ଦ୍ଦିକ ସବୁବେଳେ କିଛି ନା କିଛି କାରଣ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। 

ସୂଚାଯୋଗ୍ୟ, ହାର୍ଦ୍ଦିକ କରନଙ୍କ ଜଣାଶୁଣା ଶୋ ‘କଫି ଉଇଥ କରନ’ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ ଏଲ ରାହୁଲ ମହିଳାଙ୍କ ପ୍ରତି ଅଭଦ୍ର ଟିପ୍ପଣୀ ଦେଇ ବିବାଦରେ ଫସିଥିଲେ। କେବଳ ଏତିକି ନୁହେଁ, ହାର୍ଦ୍ଦିକଙ୍କ ସମ୍ପର୍କ ଅଭିନେତ୍ରୀ ଏଲି ଆବ୍ରାହମଙ୍କ ସହିତ ରହିଛି ବୋଲି ଚର୍ଚ୍ଚା  ମଧ୍ୟ ଚାଲିଥିଲା। କିନ୍ତୁ ଦୁହିଁଙ୍କର ବ୍ରେକଅପ ହୋଇଯାଇଛି ବୋଲି ମଧ୍ୟ ଖବର ଆସିଥିଲା। ଯାହାକୁ ନେଇ ଏଲି ବହୁତ ଖୁସି ରହିଛନ୍ତି।