Below header

କରୋନା ପାଇଁ ୟୁଏଇ ଦେଲା ଚେତାବନୀ, ନାଗରିକ ଫେରାଉ ନଥିବା ଦେଶ ଉପରେ ଲାଗିବ କଡ଼ା ପ୍ରତିବନ୍ଧକ

ଦୁବାଇ: କରୋନା ଭାଇରସ ସଂକ୍ରମଣ ସତ୍ତ୍ୱେ ଭାରତ ସହିତ ଅନ୍ୟ କେତେକ ଦେଶ ସେମାନଙ୍କର ନାଗରିକଙ୍କୁ ଫେରାଇ ନେବା ଉପରେ କୈାଣସି ଉତ୍ତର ଦେଉ ନାହାଁନ୍ତି । ତେଣୁ ଉକ୍ତ ଦେଶଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ୟୁଏଇ ବିଚାର କରୁଥିବା ଜଣାଯାଇଛି ।

ଏହି ଦେଶଗୁଡ଼ିକ ସହ ୟୁଏଇ ତା’ର ସହଯୋଗ ଓ ଶ୍ରମ ସମ୍ପର୍କୀତ ଆଇନରେ ବଡ଼ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛି । ୟୁଏଇରେ ସବୁଠାରୁ ଅଧିକ ଭାରତୀୟ ରହନ୍ତି । ଏକ ରିର୍ପୋଟ ଅନୁଯାୟୀ ୟୁଏଇ ରେ ପ୍ରାୟ ୩୩ ଲକ୍ଷ ପ୍ରବାସୀ ଭାରତୀୟ ରହୁଥିବା ଜଣାଯାଇଛି ।

ଯାହାକି ଉକ୍ତ ଦେଶର ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ ହେବ । ୟୁଏଇରେ ଥିବା ଭାରତ ନାଗରିକମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଲୋକ ଅଛନ୍ତି କେରଳରୁ । ତା’ପଛକୁ ଅଛନ୍ତି ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶର ଲୋକ ।

ଆବଶ୍ୟକ ପଡ଼ିଲେ ଏହି ଦେଶଗୁଡ଼ିକ ସହ ହୋଇଥିବା ସହମତି ପତ୍ରକୁ ରଦ୍ଦ କରାଯିବ ବୋଲି ୟୁଏଇ କହିଛି । ନିଜ ଦେଶର ନାଗରିକମାନଙ୍କୁ ତୁରନ୍ତ ଫେରାଇ ନେବାକୁ ୟୁଏଇ ବାରମ୍ବାର କହୁଥିଲେ ମଧ୍ୟ ଦେଶଗୁଡ଼ିକ କୈାଣସି ଜବାବ ଦେଉନଥିବାରୁ ଏପରି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.