Below header

କରୋନା ତାଣ୍ଡବ ଥମିନଥିବା ବେଳେ ଆମେରିକାରେ ପ୍ରକୃତି ସାଜିଲା ଦାଉ, ଘୁର୍ଣ୍ଣିଝଡରେ ଚାଲିଗଲା ୬ ଜଣଙ୍କ ଜୀବନ

କେନ୍ୟୁଜ(ବ୍ୟୁରୋ): ବିପତ୍ତି ପିଛା ଛାଡୁନି ଆମେରିକାର। କରୋନା ମହାମାରୀ ସଂକଟରେ ତ୍ରାହି ତ୍ରାହି ଡାକୁଥିବା ଆମେରିକାରେ ଏକ ଘୁର୍ଣ୍ଣିଝଡ ଆହୁରି ଆତଙ୍କିତ କରିଦେଇଛି ଆମେରିକାର ଜନସାଧାରଣଙ୍କୁ। ଗତକାଲି ଅର୍ଥାତ ରବିବାର ଦିନ ଏକ ଝଡ ଆସି ଡିପ୍ ସାଉଥର ମେସେସେପିରେ ପାଖପାଖି ୬ ଲୋକଙ୍କ ଜୀବନ ନେଇଛି ଏହି ଝଡ଼ ତୋଫାନ। ଉତ୍ତର ଲୁସିଆନରେ ୩୦୦ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ମେସେସେପିର ଅପତ୍ତକାଳୀନ ଏଜେନ୍ସିର ନିର୍ଦ୍ଦେଶକ ଗ୍ରେଗ୍ ମିସେଲ କହିଛନ୍ତି ବ୍ଲଟ୍ ହୋଲ୍ କାଉଣ୍ଟରେ ଜଣେ, ଲରେନ୍ସ କାଉଣ୍ଟରେ ଦୁଇ ଜଣ, ଓ ଜେଫରସନର ଡେଵିସ୍ କାଉଣ୍ଟରେ ୩ ଲୋକଙ୍କର ଜୀବନ ଯାଇଛି। ରାଷ୍ଟ୍ରୀୟ ମୌସୁମୀ ସେବା ବିଭାଗ କହିଛି ମେସେସେପିର ଅନ୍ୟ ଅଂଶରେ ତୀବ୍ର ଗତିରେ ପବନ ବହିଥିଲା ଓ ଅଲବାମା ରାଜ୍ୟ ରେଖାର ନିକଟ ମେରୀଡ଼ିୟମର ଉତ୍ତରରେ ଏକ ଘୁର୍ଣ୍ଣିଝଡ ଦେଖାଯାଇଥିଲା।

ମେସେସେପିର ଗଭର୍ଣ୍ଣର ରିବେଜ୍ କହିଛନ୍ତି ଯେ ରାଜ୍ୟରେ ଅନେକ ସ୍ଥାନରେ ଘୁର୍ଣ୍ଣିଝଡ ଉଠିଥିଲା। ଏହାପରେ ରବିବାର ଦିନ ସେ ରାଜ୍ୟରେ ଆପତ୍ତକାଳୀନ ସ୍ଥିତିର ଘୋଷଣା କରିଥିଲେ। ରିବେଜ୍ଵ ଟ୍ୱିଟ୍ ମାଧ୍ୟମରେ ସମଗ୍ର ଅଞ୍ଚଳବାସୀଙ୍କୁ ଏଥର ଇଷ୍ଟର ପାଳିବା ନକରିବା ପାଇଁ କହିଥିଲେ। ସେ କହିଥିଲେ ଆମେ ଏହି ଇଷ୍ଟର୍ ରବିବାରକୁ ମୃତ୍ୟୁ ଓ ପୁନରଜୀବନ ନିମନ୍ତେ ପ୍ରରିବନ୍ଧିତ କରୁଅଛୁ। ଆମକୁ ବିଶ୍ୱାସ ଅଛି ଯେ ଆମେ ଏହି ସ୍ଥିତିରୁ ଏକା ସାଙ୍ଗରେ ନିସ୍ତାର ପାଇବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.