କରୋନାକୁ ନେଇ ଦେଶ ବିଦେଶର ଖବର ସଂକ୍ଷେପରେ

୧-ମୁମ୍ବାଇରେ ଆଉ ୯ ଜଣଙ୍କର ମୃତ୍ୟୁ । ବିଏମ୍‌ସିର ସୂଚନା ଅନୁଯାୟୀ କରୋନାରେ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୧୦୦ରେ ।

୨-ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ସଂଶୋଧନ । କେବଳ ଗରିବ ଲୋକଙ୍କ ପାଇଁ କୋଭିଡ୍‌-୧୯ ପରୀକ୍ଷା ମାଗଣାରେ ହେବ । ସେମାନେ ଆୟୁଷ କାର୍ଡ଼ ଦେଖାଇ ପରୀକ୍ଷା କରି ପାରିବେ ।

୩-କରୋନା ପରିସ୍ଥିତିରେ ୬ ମାସ ଯାଏ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛିଠି ଲେଖିଛନ୍ତି ।

୪-ଚୀନ୍‌ରୁ ଆସୁଥିବା କରୋନା ଟେଷ୍ଟ କିଟ୍‌ ବୁଧବାର ଦିନ ଭାରତରେ ପହଞ୍ଚିବ ବୋଲି ଆଇସିଏମ୍‌ଆର ସୂଚନା ଦେଇଛି ।

୫-ଗତ ୧୪ ଦିନ ଭିତରେ ଦେଶର ୧୫ଟି ରାଜ୍ୟର ୨୫ଟି ଜିଲ୍ଲାରେ କୌଣସି କରୋନା ପଜେଟିଭ୍‌ ବାହାରି ନାହାନ୍ତି । ଏହି ସୂଚନା ଦେଇଛଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

୬- ଚୀନ୍‌ରେ ଆଉ ୧୦୮ କରୋନା ପଜେଟିଭ୍‌ ଚିହ୍ନଟ । ମୃତ୍ୟୁ ସଂଖ୍ୟା ୩,୩୪୧ରେ ପହଞ୍ଚିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.