ଲକଡାଉନରେ ଭାରତୀୟ ଲୋକେ ଘରେ ବସି ଚୀନକୁ ଏମିତି ଯୋଗାଉଛନ୍ତି ଟଙ୍କା, Playstore ରୁ ୧୦୦ କୋଟିରୁ ଅଧିକ ଥର ଡାଉନଲୋଡ ହୋଇଛି TikTok

ଚୀନରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱ ଚିନ୍ତାରେ ରହିଛି । ସେଥିପାଇଁ ପ୍ରାୟତଃ ଦେଶରେ ଲକଡାଉନ ଚାଲିଛି କିନ୍ତୁ ଏହି ଲକଡାଉନ ସମୟରେ ଚୀନର ଭିଡ଼ିଓ ଆପ୍ ଟିକଟକ ଏକ ନୂଆ ରେକର୍ଡ କରିଛି । ଏହି ଆପ ଗୁଗଲ ପ୍ଲେ ଷ୍ଟୋରରୁ ୧୦୦ କୋଟିରୁ ଅଧିକ ଥର ଡାଉନଲୋଡ ହୋଇଛି । ଏବେ ଏହି ଆପ ଗୁଗଲ ପ୍ଲେ ଷ୍ଟୋରରେ ସବୁଠାରୁ ଅଧିକ ଡାଉନଲୋଡ ହୋଇଥିବା ଆପ ହୋଇଛି କିନ୍ତୁ ଗୁଗଲ ଏଯାଏଁ ଏହା ଘୋଷଣା କରିନାହିଁ । ସେହିପରି ଟିକଟକ ୟୁଜରବେସରେ ବୃଦ୍ଧି ଘଟିଛି । ଏହା ସହିତ ଏହି ମୋବାଇଲ ଆପ ଭାରତରେ ସବୁଠାରୁ ଅଧିକ ଡାଉନଲୋଡ ହୋଇଥିବା ଆପ୍ ହୋଇଛି ।

tiktok

ରିପୋର୍ଟ ମୁତାବକ, ଲକଡାଉନ ଯୋଗୁ ଲୋକ ଘରେ ବନ୍ଦ ରହିଛନ୍ତି ତେଣୁ ଟିକଟକ ଆପ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ବଢିଚାଲିଛି । ଏହାଛଡା ଫେସବୁକ ଏବଂ whatsaap ଭଳି ସୋସିଆଲ ମିଡିଆ ୟୁଜରଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଭାରତରେ ଏହି ଆପ୍ ଜରିଆରେ ଶର୍ଟ ଭିଡ଼ିଓ କରି ସେୟାର କରୁଛନ୍ତି । କେବଳ ଟିକଟକ ନୁହଁ VMate ଆପରେ ମଧ୍ୟ ୪୦ ପ୍ରତିଶତ ବୃଦ୍ଧି ଘଟିଛି ।

tiktok

ଚୀନରୁ ବ୍ୟାପିଥିବା ଏହି ଭାଇରସ ଯୋଗୁ ଭାରତରେ ୩୦୮ ଲୋକ ମାରିଥିବା ବେଳେ ୯ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଭାରତରେ ଅନେକ ଲୋକ ଏହି ଆପ୍କୁ ଅନଇନଷ୍ଟଲ କରୁଥିବା ବେଳେ କେତେକ ଲୋକ ଘରେ ବସି ଏହାକୁ ଡାଉନଲୋଡ କରିବାରେ ଲାଗିଛନ୍ତି । କରୋନା ଭାଇରସ ଯୋଗୁ ସମସ୍ତେ ଚୀନ ଦ୍ରବ୍ୟକୁ ବର୍ଜନ କରୁଥିବା ବେଳେ ଟିକଟକ ଆପ୍ କୁ ଡାଉନଲୋଡ କରିବା କେତେ ଠିକ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.