Below header

କୋଭିଡ୍‌ ଲଢ଼େଇରେ ସବୁଠାରୁ ଆଗରେ ରହିଛି ଓଡ଼ିଶା, ଲୋକେ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ୮୫% ମାର୍କ

କେନ୍ୟୁଜ(ବ୍ୟୁରୋ): କରୋନା ମୁକାବିଲାରେ ଓଡ଼ିଶା ସର୍ବୋତ୍ତମ ରାଜ୍ୟ । ସରକାରଙ୍କ କୋଭିଡ୍‌-୧୯ ମୁକାବିଲାରେ ୮୫ %ଲୋକ ସନ୍ତୋଷ ପ୍ରକାଶ କରିଛନ୍ତି । ଅର୍ଥାତ୍‌ ଜନ ସନ୍ତୁଷ୍ଟିରେ ଓଡ଼ିଶାର ରେଟିଂ ରହିଛି ୮୫ ପ୍ରତିଶତ । ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ କିଭଳି ସୁବିଧା ସୁଯୋଗ ମିଳୁଥିଲା ? ଏହାକୁ ନେଇ ଜନ୍‌ କି ବାତ୍‌ କରିଥିବା ସର୍ଭେରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅଧିକାର କରିଛି । ସର୍ଭେରେ କୁହାଯାଇଛି, ଓଡ଼ିଶାରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି କରାଯାଇଛି । କରୋନା ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପରେ ଅତ୍ୟଧିକ ସନ୍ତୋଷ ପ୍ରକାଶ କରିଛନ୍ତି ଜନତା ।

ଗତ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ କରାଯାଇଥିଲା । ଏଥିରେ ଦର୍ଶାଯାଇଛି ଯେ, ପ୍ରଥମ ରାଜ୍ୟ ଭାବରେ ମାର୍ଚ୍ଚ ୨୨ ତାରିଖରୁ ୪୦ ପ୍ରତିଶତ ଅଞ୍ଚଳରେ ସପ୍ତାହେ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରିଥିଲା ଓଡ଼ିଶା । ସେହିପରି ପ୍ରଥମ ରାଜ୍ୟ ଭାବରେ ଲକ୍‌ଡାଉନ୍‌କୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିଛି । ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ହଜାରେ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରିଥିଲା ।

ସେହିପରି କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଯିଏ ବିଦେଶ ଫେରନ୍ତାଙ୍କ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଥିଲା । ଏହାସହ ହୋମ୍‌ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ । ଏହାସହ ଓଡ଼ିଶା ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ଆଗୁଆ ଚାରି ମାସ ଦରମା ପ୍ରଦାନ କରିବାକୁ ଘୋଷଣା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.