Below header

ମହାରାଷ୍ଟ୍ରରେ ଆରମ୍ଭ ହେବ ନୂଆ ଯୁଗ, ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ

ମହାରାଷ୍ଟ୍ରରେ ଆରମ୍ଭ ହେବ ନୂଆ ଯୁଗ । ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ । ସଂଧ୍ୟା ୬ଟା ୪୦ରେ ମୁମ୍ବାଇର ଶିବାଜୀ ପାର୍କରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଶିବାଜୀ ପାର୍କରେ ପ୍ରସ୍ତୁତି ଚୂଡାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେଉଥିବା ବେଳେ ଏନ୍‌ସିପିକୁ ଉପମୁଖ୍ୟମନ୍ତ୍ରୀ ସହ ୧୩ଟି ମନ୍ତ୍ରୀ ପଦ ମିଳିବ । ସେହିପରି କଂଗ୍ରେସ ବାଚସ୍ପତି ସହ ୧୩ଟି ମନ୍ତ୍ରୀ ପଦ ପାଇବ । ଗତକାଲି ଉଦ୍ଧବ ଠାକରେ, ଶରଦ ପାଓ୍ଵାର ଓ ଅହମ୍ମଦ ପଟେଲଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଶପଥ ଗ୍ରହଣ ଉତ୍ସବରେ ଶକ୍ତି ପ୍ରଦର୍ଶନ ପାଇଁ ଯୋଜନା କରଛି ମହାରାଷ୍ଟ୍ର ବିକାଶ ଅଘାଡୀ ବା ଏମ୍‌ଭିଏ । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ମମତା ବାନାର୍ଜୀଙ୍କ ସମେତ ସବୁ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଏମ୍‌କେ ଷ୍ଟାଲିନ୍‌ ଓ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିମନ୍ତ୍ରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.