Below header

ଦିଲ୍ଲୀରେ ଭୁଶୁଡ଼ିଲା ନିର୍ମାଣାଧୀନ ଫ୍ଲାଏଓଭର, ତଳେ ଛିଡ଼ା ହୋଇଥିବା ଜେସିବି ଅପରେଟରଙ୍କ ମୃତ୍ୟୁ

ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ୪୮ ନଂ. ଜାତୀୟ ରାଜପଥ ନିକଟରେ ଏକ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିଛି। ଫଳରେ ତଳେ ଛିଡ଼ା ହୋଇଥିବା ଜଣେ କ୍ରେନ୍ ଅପରେଟରଙ୍କର ଏଥିରେ ମୃତ୍ୟୁ ଘଟିଛି।

ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ୪୮ ନଂ. ଜାତୀୟ ରାଜପଥ ନିକଟରେ ଏକ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିଛି। ଫଳରେ ତଳେ ଛିଡ଼ା ହୋଇଥିବା ଜଣେ କ୍ରେନ୍ ଅପରେଟରଙ୍କର ଏଥିରେ ମୃତ୍ୟୁ ଘଟିଛି। ପୋଲିସ ସୂଚନା ଅନୁସାରେ, ସମାଲଖା ନିକଟରେ ଥିବା ଏକ ଫ୍ଲାଏଓଭରର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ କ୍ରେନ୍ ଚଲାଉଥିବା ଜଣେ ବ୍ୟକ୍ତି ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦିଲ୍ଲୀ-ଗୁରୁଗ୍ରାମ ରାସ୍ତାରେ ଶିବ ମୂର୍ତ୍ତି ନିକଟରେ ବୁଧବାର ସକାଳ ୧୦ଟାରେ ଏହି ଦୁର୍ଘଟଣା ଘଟିଛି। ସମାଲଖାରୁ ମହିପାଲପୁର ପର୍ଯ୍ୟନ୍ତ ଏକ ନୂଆ ଫ୍ଲାଏଓଭର ନିର୍ମାଣ କରାଯାଉଛି। ନିର୍ମାଣାଧୀନ ଫ୍ଲାଏଓଭରର କିଛି ଅଂଶ ଭୁଶୁଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ନିର୍ମାଣ କାର୍ଯ୍ୟ ଚାଲିଥିବା ସ୍ଥାନରେ ଫ୍ଲାଏଓଭରର ଏକ ସେଗ୍‌ମେଣ୍ଟ ଚଳନ୍ତା କ୍ରେନ୍ ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ତଳେ ଠିଆ ହୋଇଥିବା ଜଣେ ଜେସିବି ଚାଳକ ଏହା ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବର୍ତ୍ତମାନ ଦିଲ୍ଲୀ ପୋଲିସ୍, ଫରେନସିକ୍ ଟିମ୍ ଏବଂ NHAIର ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତ ପରେ ରିପୋର୍ଟ ପ୍ରସ୍ତୁତ ହେବ, ଯାହାପରେ ଏହି ଦୁର୍ଘଟଣା କାହାର ଅବହେଳା ଯୋଗୁ ଘଟିଛି, ତାହା ଜଣାପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.