ବଜାରକୁ ଆସିଲା Xiaomi pad 6, ରହିଛି ଜବରଦସ୍ତ ଫିଚର

ଭାରତୀୟ ବଜାରରେ Xiaomi pad 6 । Xiaomi pad 5 ପରେ ଏହି ନୂଆ ଟାବଲେଟ ଏଣ୍ଟ୍ରି ମାରିଛି । ଏଥିରେ ରହିଛି HDR10+ ସହ ୧୧ ଇଞ୍ଚର ଡିସପ୍ଲେ । ସେହିପରି ଏହା Android 13 ଅପରେଟିଂ ସିଷ୍ଟମ ରେ ଚାଲିବ ।

କେନ୍ୟୁଜ୍(ବ୍ୟୁରୋ): Xiaomi ଭାରତୀୟ ବଜାରକୁ ଏହାର ଦ୍ବିତୀୟ ଟାବଲେଟ ନେଇ ଆସିଛି । କମ୍ପାନୀ ପକ୍ଷରୁ Xiaomi pad 6କୁ ଲଞ୍ଚ କରାଯାଇଛି । ଗତକାଲି ଏହା ଭାରତରେ  ଲଞ୍ଚ କରିଛି । ସାତବର୍ଷର ବ୍ୟବଧାନ ପରେ ପୁଣିଥରେ କମ୍ପାନୀ ଟାବଲେଟ ବଜାରକୁ  ପ୍ରବେଶ କରିଛି । ଏହା ପୂର୍ବରୁ Xiaomi କିବୋର୍ଡ ଓ ଷ୍ଟାଇଲସ ସହ Xiaomi Pad 5 ଲଞ୍ଚ କରିଥିଲା । ଗତ ଏପ୍ରିଲରେ Pad 6 ଚାଇନା ବଜାରରେ ଲଞ୍ଚ କରିଥିବା ବେଳେ, ଏବେ ଭାରତୀୟ ବଜାରରେ ଉପଲବ୍ଧ ହୋଇଛି । ଏହାର ଏକ ପ୍ରୋ ଭର୍ଜନ ଚାଇନାରେ ଉପଲବ୍ଧ ହୋଇଥିବା ବେଳେ ଭାରତରେ କିନ୍ତୁ ବର୍ତ୍ତମାନ ଏହି ପ୍ରୋ ଭର୍ଜନ ଉପଲବ୍ଧ ହୋଇପାରି ନାହିଁ । ଏହାର Pad 5 ଭାରତରେ ଖୁବ ଭଲ ବ୍ୟବସାୟ କରିଥିଲା । Pad 6ରେ ମଧ୍ୟ Pad 5 ଅପେକ୍ଷା ଭଲ ଫିଚର ଥିବ ବୋଲି ଆଶା କରାଯାଉଛି ।

 

ଏହାର ଫିଚର ଉପରେ ନଜର ପକାଇଲେ ଏଥିରେ 144Hz ରିଫ୍ରେସ ରେଟ ସହ 11 ଇଞ୍ଚ 2.8 k ଏଲସିଡି ଡିସପ୍ଲେ ରହିଛି । ଏହାସହ 550 ନିଟସ ବ୍ରାଇଟନେସ ରହିଛି । ସେହିପରି ଏହାର ସ୍କ୍ରିନରେ HDR10+ ସହ ଡଲବି ଭିଜନର ସପୋର୍ଟ ରହିଛି । ଏହାସହ ଏହାର ଡିସପ୍ଲେ ଉପରେ Corning Gorilla Glass 3 ର ପ୍ରଟେକ୍ଟସନ ରହିଛି ।

 

ପ୍ରୋସେସର କଥା ଦେଖିଲେ ଏଥିରେ Qualcomm Snapdragan 870 ଚିପସେଟ ରହିଛି । ଏହାସହ MIUI 14 ର ସପୋର୍ଟ ସହ Android 13 ଅପରେଟିଂ ସିଷ୍ଟମ ରେ ଏହା ଚାଲିବ । କ୍ୟାମେରା ଫିଚର କଥା ଦେଖିଲେ ଏହାର ରିଅରରେ 13 ମେଗାପିକ୍ସେଲ ମେନ କ୍ୟାମେରା ରହିଛି । ସେହିପରି ଏହାର ଫ୍ରଣ୍ଟରେ 8 ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି । ବ୍ୟାଟେରି ବ୍ୟାକଅପ କଥା ଦେଖିଲେ ଏଥିରେ 8840 mAh ବ୍ୟାଟେରି ବ୍ୟାକଅପ ସହ 33 ୱାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ଏହାସହ ଏଥିରେ କଷ୍ଟମ କିବୋର୍ଡ ସହ ଷ୍ଟାଇଲସ ରହିଛି । ଏହି ଟାବଲେଟ ଷ୍ଟାଇଲିସ ଦେଖାଯିବା ସହ ଲାଇଟୱେଟ ରହିଛି । ଏହାର ଥିକନେସ ରହିଛି 6.51 ଏମଏମ । ଏହାର ଓଜନ ରହିଛି 490 ଗ୍ରାମ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.