Below header

ଦେଶ ଛାଡି ଫେରାର ହେବାକୁ ଯୋଜନା କରୁଛନ୍ତି ଉମେଶ ପାଲ ହତ୍ୟାକାରୀ, ପୋଲିସ ଜାରି କଲା ଲୁକ୍‌ଆଉଟ୍‌ ନୋଟିସ

ଉମେଶ ପାଲ ହତ୍ୟା ମାମଲାରେ ଶାହିସ୍ତା, ଗୁଡ୍ଡୁ ମୁସଲିମ ଏବଂ ସାବିରଙ୍କୁ ଖୋଜୁଛି ପୋଲିସ । ଦେଶ ଛାଡି ଫେରା ହେବାକୁ ଏମାନେ ଯୋଜନା କରୁଛନ୍ତି । ତେଣୁ ୟୁପି ପୋଲିସ ଏମାନଙ୍କ ନାମରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି ।

ଉମେଶ ପାଲ ହତ୍ୟା ମାମଲାରେ ଫେରାର ରହିଛନ୍ତି ଅତିକର ପତ୍ନୀ ଶାହିସ୍ତା, ଗୁଡ୍ଡୁ ମୁସଲିମ । ଏମାନଙ୍କ ନାମରେ ଲୁକଆଉଟ୍‌ ନୋଟିସ ଜାରି କରିଛି ପୋଲିସ । ପୋଲିସକୁ ଚକମା ଦେଇ ବିଦେଶ ଫେରାର ହେବାକୁ ଯୋଜନା କରୁଥିବାର ପୋଲିସ ଜାଣିବା ପରେ ଲୁକ୍‌ଆଉଟ୍‌ ନୋଠିସ ଜାରି କରିଛି ।

ଉମେଶ ପାଲ ହତ୍ୟାକାଣ୍ଡ ମାମଲାକୁ ୨ ମାସରୁ ଊର୍ଦ୍ଧ୍ୱ ସମୟ ବିତି ସାରିଲାଣି। ହେଲେ ଏ ଯାବତ ଶାହିସ୍ତା, ଶୁଟର ଗୁଡ୍ଡୁ ମୁସଲିମ ଓ ସୁଟର ସାବିର ଏବଂ ଅରମାନ ଫେରାର ରହିଛନ୍ତି । ୟୁପି ପ୍ରୟାଗରାଜ ପୋଲିସ ଏବେ ଏମାନଙ୍କୁ ଖୋଜୁଛି । ଖାସ୍‌ ଏଥିପାଇଁ ଏମାନଙ୍କ ବିରୋଧରେ ଲୁକଆଉଟ୍‌ ନୋଟିସ ଜାରି କରିଛି ପୋଲିସ । ତେବେ ଏସଟିଏଫ୍‌ ହାତରୁ ଚାରିଥର ଗୁଡ୍ଡୁ ମୁସଲିମ ଖସି ପଳାଇଛି ।

ପୂର୍ବରୁ ଶାହିସ୍ତା ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଥିବା ବେଳେ ଏହା ଏବେ ଲକ୍ଷେ ଟଙ୍କା କରାଯାଇଛି। ଗୁଡ୍ଡୁ ମୁସଲିମକୁ ପୋଲିସ୍ ଖୋଜି ଖୋଜି ନାକେଦମ ହେଲାଣି । ଗୁଡ୍ଡୁର ଶେଷ ଲୋକେସନ ଓଡିଶାରେ ଦେଖାଉଥିଲା । ଗୁଡ୍ଡୁ ୨ ଏପ୍ରିଲରୁ ୧୩ ଏପ୍ରିଲ ଯାଏଁ ଓଡିଶାରେ ରହିଥିଲା । ତା’ ପର ଠାରୁ ପୋଲିସ ତାକୁ ଖୋଜିଲେ ମଧ୍ୟ ପାଉନାହିଁ ।

ସୂଚନାଯୋଗ୍ୟ, ହେପାଜତରେ ଥିବା ଅତିକ ଓ ତାଙ୍କ ଭାଇ ଅଶରଫଙ୍କୁ ଗତ ମାସରେ୩ ଯୁବକ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିଥିଲେ। ସେହିପରି ଉମେଶ ପାଲ ଓ ତାଙ୍କ ଦୁଇ ସୁରକ୍ଷା କର୍ମୀଙ୍କୁ ପ୍ରୟାଗରାଜସ୍ଥିତ ତାଙ୍କ ବାସଭବନ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା। ଉମେଶ ପାଲଙ୍କୁ ଗୁଳି କରାଯାଉଥିବା ବେଳେ ଘଟଣାସ୍ଥଳରେ ଗୁଡ୍ଡୁ ମୁସଲିମ ବୋମା ପକାଇଥିଲା। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.