ଭୁଲରେ ଟଙ୍କା ଟ୍ରାନ୍ସଫର କରିଥିଲେ ଏମିତି ପାଇବେ ଫେରସ୍ତ

ଭୁଲରେ UPI Payment କରିଥିଲେ ଏହି ଷ୍ଟେପକୁ ଫଲୋ କରି ଟଙ୍କା ଫେରସ୍ତ ପାଆନ୍ତୁ, ଜାଣନ୍ତୁ ଆରବିଆଇ ର ସହଜ ତରିକା

ଭୁଲରେ କାହାକୁ ୟୁପିଆଇ ପେମେଣ୍ଟ କରିଦେଇଛନ୍ତି କି? ସାଧାରଣ ଭାବେ ୟୁପିଆଇ ପେମେଣ୍ଟ ଆମେ ଫୋନ ପେ, ପେଟିଏମ କିମ୍ବା ଜି-ପେ ମାଧ୍ୟମରେ କରିଥାଉ। ଏହା ମଧ୍ୟରୁ କୌଣସି ଥିରେ ଯଦି ଟଙ୍କା ଭୁଲରେ କାହାକୁ ଚାଲିଯାଉଛି ତେବେ ପ୍ରଥମେ କଷ୍ଟମର କେୟାରର ନାମ ଧ୍ୟାନକୁ ଆସିଥାଏ। ଅଭିଯୋଗ କରିବାକୁ ପଡ଼ିଥାଏ।

ଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ ଭୁଗତାନ କରିବାର ସଂଖ୍ୟା ବଢ଼ିଯାଇଛି। ଡିଜିଟାଲ ଭୁଗତାନ ବ୍ୟାଙ୍କ କିମ୍ବା ଏଟିଏମ ରେ ଲମ୍ବା ଲାଇନରେ ଠିଆ ହେବାର ଆବଶ୍ୟକତା ନଥାଏ। ଏଥିରେ କାମ କରିବା ବହୁତ ସହଜ ହୋଇଥାଏ। ୟୁନିଫାଏଡ଼ ପେମେଣ୍ଟ ସିଷ୍ଟମ ରେ ଟଙ୍କା କାରବାର କରିବାର ଏକ ସହଜ ମାଧ୍ୟମ। ତେବେ ଏଥିରେ କିଛି ସମୟରେ ଭୁଲ ମଧ୍ୟ ହୋଇଥାଏ। ଭୁଲ ୟୁପିଆଇ ଆଇଡ଼ି କିମ୍ବା ଖାତା ନମ୍ବର ଭୁଲ ଦ୍ୱାରା ଲେଣଦେଣରେ ସମସ୍ୟା ହୋଇଥାଏ। ଏହି ସମୟରେ ଖାସ କରି ଦୁଇଟି ଭୁଲ ଦେଖାଯାଏ। ଭୁଲ ଆମାଉଣ୍ଟ ଟ୍ରାନ୍ସଫର ହେବା କିମ୍ବା ଭୁଲ ଲୋକଙ୍କୁ ଟଙ୍କା ଟ୍ରାନ୍ସଫର ହେବା।

ତେବେ ଏହିସମୟରେ ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ। ଏହାକୁ ନେଇ ଆଗରୁ ମଧ୍ୟ ସଚେତନ ଜାରି କରାଯାଇଛି। ତେବେ ବି ଏହାର ସଠିକ ସମାଧାନ ବିଷୟରେ ଷ୍ଟେପ ବାୟ ଷ୍ଟେପ କୁହାଯାଇନଥିଲା। ଏବେ କିନ୍ତୁ ଏଥିପାଇଁ ଅଭିଯୋଗ କରିବା ପାଇଁ ସଠିକ ବାଟ କୁହାଯାଇଛି। ଏମିତିରେ ୟୁଜର୍ସ ମାତ୍ର କମ ଟାଇମ ଭିତରେ ଟଙ୍କା ଫେରସ୍ତ ପାଇପାରିବେ। ଏମିତରେ ଆପଣଙ୍କୁ ଫୋନ ପେ, ପେଟିଏମ କିମ୍ବା ଜି-ପେ ର କଷ୍ଟମର କେୟାର ନମ୍ବରକୁ କଲ୍‌ କରିବାକୁ ହେବ। ଅଭିଯୋଗ ଦେବାକୁ ପଡ଼ିବ। ବ୍ୟାଙ୍କ ସହିତ ଏହିୁ ଅଭିଯୋଗ ଦେବାକୁ ପଡ଼ିବ।

ଆରବିଆଇ ନିର୍ଦ୍ଦେଶ ଅନୁସାରେ ଭୁଲ ଭୁଗତାନ କରିଥିଲେ ଅଭିଯୋଗ ୪୮ ଘଣ୍ଟା ଭିତରେ ଟଙ୍କା ଫେରସ୍ତ କରାଯିବ। ଏମିତିରେ ଧ୍ୟାନ ରଖିବା ଜରୁରୀ ଯେ ଅଭିଯୋଗ ୩ଦିନ ଭିତରେ ହେବା ଜରୁରୀ। ଯେବେବି ୟୁପିଆଇ ଓ ନେଟ ବ୍ୟାକିଂ ମାଧ୍ୟମରେ ଭୁଲରେ ଟଙ୍କା କଟୁଛି ତେବେ ପ୍ରଥମେ ଆପଣ ଆରବିଆଇ ଦ୍ୱାରା ଏଥିପାଇଁ ଦିଆଯାଇଥିବା ନମ୍ବରରେ କଲ୍‌ କରିବାକୁ ହେବ। ଅଭିଯୋଗ ଦେବା ପରେ ଏହାର ସମାଧାନ କରାଯିବ।

-ପ୍ରଥମେ ଆପଣ ବ୍ୟାଙ୍କର ସମସ୍ତ ତଥ୍ୟ କୁ ଏକ ଫର୍ମରେ ଭରନ୍ତୁ। ଯେଉଁଥିରେ ସମସ୍ତ ସୂଚନା ଥିବ। ଯଦି ବ୍ୟାଙ୍କ ସାହାଯ୍ୟ କରିବାକୁ ମନା କରିବ ତେବେ ଏହାର ଅଭିଯୋଗ ଆପଣ ଭାରତୀୟ ରିଜର୍ଭ ବ୍ୟାଙ୍କ ର ଲୋକପାଳ bankingombudsman.rbi.org.in ରେ କରନ୍ତୁ।
-ଲେଣଦେଣର ସମସ୍ତ ତଥ୍ୟକୁ ଫୋନରୁ ହଟାନ୍ତୁ ନାହିଁ। କାରଣ ଏଥିରେ ପିିପିବିଏଲ ନମ୍ବର ରହିଛି। ଯାହାକି ଅଭିଯୋଗ ସମୟରେ କାମରେ ଆସିବ। ଅନ୍ୟ ସମସ୍ତ ବିବିରଣୀ ଓ ନିଜ ଅଭିଯୋଗ ସହିତ ଏହାର ଫର୍ମକୁ ଏହି ନମ୍ବରରେ ଲେଖିବା ଭୁଲନ୍ତୁ ନାହିଁ।
ଏହାବ୍ୟତିତ ଆପଣ ଭାରତୀୟ ରାଷ୍ଟ୍ରୀୟ ଭୁଗତାନ ନିଗମ NPCI େଓ୍ଵବସାଇଟ ମାଧ୍ୟମରେ ଭୁଲ ଲେଣଦେଣ ସମ୍ପର୍କରେ ଅଭିଯୋଗ କରିପାରିବେ। ଯାହାକି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ହୋଇଥିବା ଏକ ସଂସ୍ଥା। ଯାହାକି ୟୁପିଆଇ ସେବା ପ୍ରଦାନ କରିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.