Below header

ରାଜଧାନୀରେ ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ, ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାଜଧାନୀରେ ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ । ଶନିବାର ରାତିରେ ବ୍ୟାଙ୍କର ସ୍କାଏ ଲାଇଟ ଭାଙ୍ଗି ଭିତରେ ପଶିଥିଲେ ଲୁଟେରା ।ଏଥିରେ ତିନି ଅଭିଯୁକ୍ତ ବସନ୍ତ ପ୍ରଧାନ, ସାଗର ଭୋଇ, ଗୁରୁ ଚରଣ ମଲିକକୁ ଗିରଫ କରିଛି ପୋଲିସ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ପାହାଳ ଥାନା ହଂସପାଳରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଲୁଟ ପାଇଁ ଉଦ୍ୟମ ହୋଇଥିଲା । ଏଥିରେ ତିନି ଅଭିଯୁକ୍ତ ବସନ୍ତ ପ୍ରଧାନ, ସାଗର ଭୋଇ, ଗୁରୁ ଚରଣ ମଲିକକୁ ଗିରଫ କରିଛି ପୋଲିସ।

ସୂଚନା ଅନୁଯାୟୀ ଶନିବାର ରାତିରେ ବ୍ୟାଙ୍କର ସ୍କାଏ ଲାଇଟ ଭାଙ୍ଗି ଭିତରେ ପଶିଥିଲେ ଲୁଟେରା । ଷ୍ଟ୍ରଙ୍ଗରୁମ କବାଟ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ। ହେଲେ ଲୁଟରେ ବିଫଳ ହେବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି। ଏଥିସହିତ ସେମାନଙ୍କ ନିକଟରୁ ଶାବଳ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କଲା ପୋଲିସ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.