ଅର୍ଜୁନ ତେନ୍ଦୁଲକରଙ୍କ ବାମ ହାତକୁ କାମୁଡିଲା କୁକୁର, ବୋଲିଂ କରିବାକୁ ଅସମର୍ଥ ଖେଳାଳି
ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର ଅର୍ଜୁନ ତେନ୍ଦୁଲକର ବୋଲିଂ କରିବାକୁ ଅସମର୍ଥ । ଅର୍ଜୁନଙ୍କୁ କୁକୁର କାମୁଡିଥିବାରୁ ଏବେ ବୋଲିଂ କରିବାକୁ ଅନଫିଟ୍ । ତେଣୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଖେଳିବେନି ଅର୍ଜୁନ ।
ମୁମ୍ବାଇ ଇଣ୍ଡିଆନ୍ସର ଅଲରାଉଣ୍ଡର ତଥା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ କୁକର କାମୁଡିଛି । କୁକୁର ଅର୍ଜୁନଙ୍କ ବାମ ହାତରେ ଆଙ୍ଗୁଠିକୁ କାମୁଡିଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ଅର୍ଜୁନଙ୍କ କ୍ରିକେଟ କ୍ୟାରିଅର ଅଳ୍ପକେ ବର୍ତ୍ତିଯାଇଛି । କୁକୁର ଅଧିକ ଜୋରରେ କାମୁଡିଥିଲେ ତାଙ୍କ ଆଙ୍ଗୁଠି ଛିଣ୍ଡିଯିବାର ଅଧିକ ସମ୍ଭାବନା ଥିଲା । ହେଲେ ଏବେ ସେ ସୁରକ୍ଷିତ ରହିଛନ୍ତି ।
ଖବର ମୁତାବକ, ଅର୍ଜୁନଙ୍କ ବାମ ହାତରେ ଆଙ୍ଗୁଠିକୁ କୁକୁର କାମୁଡିଛି । ହାତରେ ଘା’ ଯୋଗୁଁ ଅର୍ଜୁନ ଏବେ ବୋଲିଂ କରିବାକୁ ଅସମର୍ଥ । ତେଣୁ ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ଆଇପିଏଲ୍ ମ୍ୟାଚ ଖେଳିପାରିବେ ନାହିଁ । ଲକ୍ଷ୍ନୌ ସୁପରଜିଆଣ୍ଟସ ଟ୍ଵିଟରରେ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଅର୍ଜୁନ ସୁପରଜିଆଣ୍ଟସର ଖେଳାଳି ଯୁଦ୍ଧବୀର ସିଂ ଚରକ ଏବଂ ମୋହିସିନ ଖାନଙ୍କ ସହିତ କଥା ହେଉଛନ୍ତି । ଆଉ ଏହି ସମୟରେ ତାଙ୍କୁ କୁକୁର କାମୁଡିଥିବା କଥା କହିଛନ୍ତି ।
Mumbai se aaya humara dost. 🤝💙 pic.twitter.com/6DlwSRKsNt
— Lucknow Super Giants (@LucknowIPL) May 15, 2023
ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଆଜି ଲକ୍ଷ୍ନୌ ଏବଂ ମୁମ୍ବାଇ ମ୍ୟାଚ ହେବାର ଥିଲା । ମୁମ୍ବାଇ ଟିମ୍ ଏବେ ହୟାତ ହୋଟେଲରେ ରହୁଛି । ଖେଳାଳି ହୋଟେଲରୁ ସିଧାସଳକ ଷ୍ଟାଡିୟମକୁ ଆସୁଛନ୍ତି । ତେବେ କୁକୁର ଅର୍ଜୁନଙ୍କୁ ହୋଟେଲ ବାହାରେ କି ଷ୍ଟାଡିୟମ ବାହାରେ କାମୁଡିଛି, ତାହା ଜଣାପଡିନାହିଁ ।
ଆଇପିଏଲ୍ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ପ୍ରଦର୍ଶନ କରିଛି । ମୁମ୍ବାଇ ୧୩ଟି ମ୍ୟାଚ ଖେଳି ପଏଣ୍ଟ ତାଲିକାରେ ୧୪ ପଏଣ୍ଟ ସହିତ ୩ ନଂ ସ୍ଥାନରେ ରହିଛି ।