୧୦ ମୁସଲମାନ ଯୁବକ ତ୍ରୈମ୍ବକେଶ୍ୱର ଶିବଲିଙ୍ଗ ଉପରେ ଚାଦର ଚଢ଼ାଇବାକୁ କରୁଥିଲେ ଚେଷ୍ଟା, SIT ତଦନ୍ତ ନିର୍ଦ୍ଦେଶ

ମହାରାଷ୍ଟ୍ରର ନାସିକ୍‌ସ୍ଥିତ ତ୍ରୈମ୍ବକେଶ୍ୱର ମନ୍ଦିରରେ ପ୍ରବେଶ କରି ମୁସଲିମ୍‌ ସମ୍ପ୍ରଦାୟର ଏକ ଗୋଷ୍ଠୀ ଶିବଲିଙ୍ଗ ଉପରେ ଚାଦର ଚଢ଼ାଇବାକୁ ଚେଷ୍ଟା କରିଥିଲେ।

ମହାରାଷ୍ଟ୍ରର ନାସିକ୍‌ସ୍ଥିତ ତ୍ରୈମ୍ବକେଶ୍ୱର ମନ୍ଦିରରେ ପ୍ରବେଶ କରି ମୁସଲିମ୍‌ ସମ୍ପ୍ରଦାୟର ଏକ ଗୋଷ୍ଠୀ ଶିବଲିଙ୍ଗ ଉପରେ ଚାଦର ଚଢ଼ାଇବାକୁ ଚେଷ୍ଟା କରୁଥିଲେ, ଯାହାକୁ ବିଫଳ କରିଦେଇଥିଲେ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀ। ସେପଟେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଡେପୁଟି ସିଏମ୍‌ ଦେବେନ୍ଦ୍ର ଫଡଣଭିସ୍‌ ଏସଆଇଟି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ହୋଇଛି ଯେ ୧୦ ମୁସଲମାନ ଯୁବକ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ସୁରକ୍ଷାକର୍ମୀ ଭିତରକୁ ଯିବାକୁ ମନା କରିଥିଲେ, ସେମାନେ ମନ୍ଦିରର ଦ୍ୱିତୀୟ ଦ୍ୱାରର କାନ୍ଥ ଉପରେ ଚଢ଼ି ମନ୍ଦିର ଭିତରକୁ ଯାଇଥିଲେ।

ପରେ ଏହି ଗୋଷ୍ଠୀ ତ୍ରୈମ୍ବକେଶ୍ୱରଙ୍କ ଭିଣ୍ଡି ଉପରେ ସବୁଜ କପଡା ଏବଂ ଫୁଲର ଚାଦର ଚଢ଼ାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇଥିଲେ। ସେପଟେ ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ଦେବେନ୍ଦ୍ର ଫଡଣଭିସ୍‌ ଏଫ୍ଆଇଆର୍ ପଞ୍ଜିକରଣ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପୂରା ଘଟଣାର ଯାଞ୍ଚ ପାଇଁ ଏସ୍‌ଆଇଟି ସ୍ଥାପନ କରି ଆଇଜି ସ୍ତରର ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହି ଯାଞ୍ଚକୁ ନେଇ ସନ୍ଥ ସମାଜ ଦେବେନ୍ଦ୍ର ଫଡଣଭିସ୍‌ଙ୍କୁ କୃତଜ୍ଞତା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.