Below header

ଏନଡିଏକୁ ଝଟକା : ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶୱାହାଙ୍କ ଇସ୍ତଫା

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଉପେନ୍ଦ୍ର କୁଶଓ୍ଵାହା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଆରଏଲ୍ଏସ୍ପି ମୁଖ୍ୟ କୁଶଓ୍ଵାହା ମାନବ ସମ୍ବଳ ମନ୍ତ୍ରାଳୟର ରାଜ୍ୟମନ୍ତ୍ରୀ ଥିଲେ । କୁଶଓ୍ଵାହା ଏନ୍ଡିଏ ମଧ୍ୟ ଛାଡି ପାରନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ନେଇ ସେ ସୂଚନା ଦେବେ । ଆଗାମୀ ଲୋକସଭା ନିର୍ବାଚନରେ ବିହାରରେ ନିଜର ଇଚ୍ଛା ମୁତାବକ ଆସନ ମିଳିନଥିବାରୁ ସେ ଇସ୍ତଫା ଦେଇଥିବା କୁହାଯାଇଛି । ବିରୋଧୀ ଦଳ ନେତାଙ୍କୁ ମଧ୍ୟ ସେ ଭେଟିବା ନେଇ ସୂଚନା ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.