ଅବସାଦ ଦୂର କରିବାରେ ସହାୟକ ହେବ ସୋହମ୍ ମୁଦ୍ରା, ଜାଣନ୍ତୁ ଏହାର ଫାଇଦା

ଆଜିକାଲିର ବ୍ଯସ୍ତ ବହୁଳ ଜୀବନରେ ନିଜ ପାଇଁ ସମୟ ବାହାର କରିବା ଅତ୍ଯନ୍ତ କଷ୍ଟସାଧ୍ଯ ହେଉଥିବା ବେଳେ, ଖାଦ୍ଯ ପାନୀୟର ଅବହେଳା ମାନସିକ ଦୁଶ୍ଚିନ୍ତାର କାରଣ ପାଲଟିଥାଏ । ଯାହା ବ୍ଯକ୍ତିକୁ ଅତି ଗଭିର ଭାବେ ଗ୍ରାସ କରିବା ସହ ବିଭିନ୍ନ ରୋଗର କାରଣ ପାଲଟିଥାଏ । ତେବେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ନିହାତୀ ଜରୁରୀ ପଡୁଥିବାବେଳେ ଯୋଗ ସାହାର୍ଯ୍ଯରେ ମଧ୍ଯ ଏହାକୁ ଲାଘବ କରିହେବ । ଏମିତି ଏକ ମୁଦ୍ରା ରହିଛି ଯାହା ଦ୍ବାରା ଆପଣ ନିଜର ଅବସାଦକୁ ଦୂର କରିପାରିବେ ।

ଆସନ୍ତୁ ଜାଣିବ ସେହି ମୁଦ୍ରା ସମ୍ପର୍କରେ :

ଆମ ଶରୀରରେ ଥିବା ରକ୍ତରେ ୭୦ ରୁ ୮୦ ଭାଗ ଜଳ ରହିଥାଏ । ଏହି ପରିମାଣରୁ ଯଦି କିଛି ବି କମ୍ ଥାଏ ତେବେ ଏହା ଅବସାଦ, ଅଶାନ୍ତି, ନିଷ୍କ୍ରିୟତା, ନକରାତ୍ମକ ବିଚାର ଆଦିର କାରଣ ପାଲଟିଥାଏ । ଯେଉଁ ଅସୁବିଧାକୁ ଦୂର କରିପାରିବ ଏହି ସୋହମ୍ ମୁଦ୍ରା । ଏହି ସୋହମ୍ ମୁଦ୍ରା ଶରୀରରେ ଥିବା ଏହି ସବୁ ଅସୁବିଧାକୁ ଦୂର କରି ମାନସିକ ଶାନ୍ତି ଦେଇଥାଏ ଏବଂ ଆତ୍ମବିଶ୍ବାସ ସହ ଉତ୍ସାହ ଜାଗ୍ରତ କରିଥାଏ ।

1nbmକେମିତି କରିବେ ସୋହମ୍ ମୁଦ୍ରା:

ଦୁଇ ହାତକୁ ଜଙ୍ଘ ଉପରେ ରଖି ବିଶି ଅଙ୍ଗୁଳିର ଶିର୍ଷ ଭାଗକୁ ବୁଢା ଆଙ୍ଗୁଳିର ମୂଳରେ ଲଗାଇଦିଅନ୍ତୁ । ଧିରେ ଧିରେ ନିଶ୍ବାସକୁ ବାହାର କରିବା ସହ ପେଟର ମାଂସପେଶୀକୁ ସଂଙ୍କୁଚିତ କରନ୍ତୁ । ଏହାପରେ ନିଜର ସମସ୍ତ ଅବସାଦକୁ ଦୂର କରିବାକୁ ଚିନ୍ତା କରନ୍ତୁ । ଏପରି କରିବା ଦ୍ବାରା ଦେଖିବେ ଆପଣ ଶାନ୍ତି ପାଇବା ସହ ଆପଣଙ୍କ ସମସ୍ତ ଅବସାଦ କିପରି ଦୂର ହୋଇଯିବ । ଏହି ମୁଦ୍ରାକୁ ୭ରୁ ୪୯ ଥର କରିବା ଲାଭଦାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.