ଗଣିତର ପ୍ରଶ୍ନକୁ ‘ଅପମାନଜନକ’ କହିଲେ ଚତୁର୍ଥ ଶ୍ରେଣୀ ଛାତ୍ରୀ, ପ୍ରଶ୍ନରେ ଗୋଲ ବୁଲାଇ ଲେଖିଲେ ଏହାର ସମାଧାନ ମୁଁ କରିବି ନାହିଁ

ଆମେରିକାର ୟୁଟାରେ ରହୁଥିବା ରିଦମ ପେଚେକୋଙ୍କ ବୟସ ମାତ୍ର ୧୦ ବର୍ଷ ଓ ସେ ଚତୁର୍ଥ ଶ୍ରେଣୀର ଛାତ୍ରୀ ଅଟନ୍ତି । ଆଜିକାଲି ରିଦମ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ଏହାର କାରଣ ହେଉଛି ନିକଟରେ ରିଦମ ସ୍କୁଲରେ ଏକ ମ୍ୟାଥ ପ୍ରଶ୍ନର ଉତ୍ତର ଲେଖିବାକୁ ମନା କରିଦେଇଛନ୍ତି । ରିଦମ ଏହି ପ୍ରଶ୍ନକୁ ଅପମାନଜନକ କହିବା ସହିତ ମ୍ୟାଥ କପିରେ ଶିକ୍ଷକଙ୍କ ପାଇଁ ଏକ ନୋଟ ମଧ୍ୟ ଲେଖିଆସିଛନ୍ତି ।
ସୂଚନା ଅନୁଯାୟୀ ରିଦମଙ୍କ ମା ତାଙ୍କ ହୋମୱାର୍କର କପି ଚେକ କରୁଥିବା ସମୟରେ ଏହି ନୋଟ ଦେଖିଥିଲେ । ସେଥିରେ ରିଦମ ନିଜ ଟିଚରଙ୍କୁ ଲେଖିଥିଲେ, ” କଣ ! ଏହା ଅପମାନଜନକ ଅଟେ । କ୍ଷମା ଚାଁହୁଛି, ମୁଁ ଏହି ପ୍ରଶ୍ନର ଉତ୍ତର ଲେଖି ପାରିବି ନାହିଁ।” ଏହାକୁ ଦେଖି ରିଦମଙ୍କ ମା ଏହାର ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ଝିଅମାନଙ୍କର ଓଜନକୁ ନେଇ ଥିଲା ପ୍ରଶ୍ନ
ରିଦମଙ୍କୁ ମ୍ୟାଥର ଯେଉଁ ପ୍ରଶ୍ନର ଉତ୍ତର ଲେଖିବାକୁ ଦିଆଯାଇଥିଲା ତାହା ତିନି ଜଣ ଝିଅଙ୍କ ଓଜନର ତୁଳନାକୁ ନେଇ ଆଧାରିତ ଥିଲା । ପ୍ରଶ୍ନ ଅନୁଯାୟୀ କ୍ଲାସ-4ର ତିନିଜଣ ଝିଅ ଇସାବେଲ, ଇରିନ ଏବଂ ସୁଇଙ୍କର ବୟସ ଦିଆଯାଇଛି । ଏଠାରେ ପ୍ରଶ୍ନ କରାଯାଇଛି ଯେ ଇସାବେଲଙ୍କ ଓଜନ ସବୁଠାରୁ କମ ଓଜନ ଥିବା ଝିଅଠାରୁ କେତେ ଅଧିକ ?
ଏହାସହ ପଢନ୍ତୁ ମା’ ଙ୍କୁ ଗିଫ୍ଟ ଦେବା ପାଇଁ ୧୨ ବର୍ଷ ଧରି ଜମା କରିଆସୁଥିଲେ ଟଙ୍କା ଓ ସେହି ପଇସାରେ ଦେଲେ ଏଭଳି ଉପହାର
କାହାର ଓଜନକୁ ନେଇ ରାୟ ଦେବା ଭୁଲ
ଏପରି ଏକ ପ୍ରଶ୍ନ ରିଦମଙ୍କୁ ଆଘାତ ପହଞ୍ଚାଇଥିଲା । ସେ କେବଳ ଏହି ପ୍ରଶ୍ନର ଉତ୍ତର ଛାଡ଼ିଦେବା ପାଇଁ ନିଷ୍ପତ୍ତି ନେଇନଥିଲେ ବରଂ ସେ ଏହି ପ୍ରଶ୍ନ ପାଇଁ ଟିଚରଙ୍କୁ ଏକ ନୋଟ ମଧ୍ୟ ଲେଖିଛନ୍ତି । ରିଦମ ଏହି ପ୍ରଶ୍ନଟିକୁ ଚାରିପଟୁ ଗୋଲ ବୁଲାଇ ଲେଖିଛନ୍ତି ଯେ ‘ମୁଁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଚାଁହୁନାହିଁ କାରଣ ଏହା ଅପମାନଜନକ ।’ କେବଳ ସେତିକି ନୁହେଁ ରିଦମ ନିଜ ଟିଚରଙ୍କୁ ଏକ ନୋଟରେ ଲେଖିଛନ୍ତି , ” ଡିୟର ମିସେସ ଶୋ, ମୁଁ ଅଭଦ୍ର ହେବାକୁ ଚାଁହୁନାହିଁ । କିନ୍ତୁ ମୋତେ ଲାଗୁନି ଯେ ଗଣିତରେ ଏଭଳି ପ୍ରଶ୍ନ ଠିକ ଥିଲା କାରଣ ଏଥିରେ ଲୋକଙ୍କର ଓଜନକୁ ନେଇ ରାୟ ଦେବାପାଇଁ କୁହାଯାଇଛି । ଏହା ମୋତେ ଭଲ ଲାଗିଲା ନାହିଁ, -ରିଦମ “।
ସ୍କୁଲ ଟିଚର ମଧ୍ୟ କଲେ ଏହି ଜବାବର ସମ୍ମାନ
ରିଦମଙ୍କ ମା ନାଓମୀଙ୍କ କହିବା ଅନୁଯାୟୀ ସେ ନିଜର ଝିଅକୁ ନେଇ ଗର୍ବ କରୁଛନ୍ତି। ସେ କହିଛନ୍ତି ଯେ ସ୍କୁଲର ଟିଚର ମାନେ ମଧ୍ୟ ଏହି ଜବାବକୁ ନେଇ ବହୁତ ଭଲ ରେସପନ୍ସ ଦେଇଛନ୍ତି । ସେମାନେ ରିଦମକୁ କହିଛନ୍ତି ଯେ ଏହା ଠିକ ଯେ, କାହାର ଓଜନକୁ ନେଇ ରାୟ ଦେବା ଭଲ କଥା ନୁହେଁ ଏବଂ ସେ ଏହି ପ୍ରଶ୍ନର ଉତ୍ତର ଛାଡିପାରନ୍ତି । ସୋସିଆଲ ମିଡ଼ିଆ ୟୁଜରସ ମାନଙ୍କ କହିବା ଅନୁଯାୟୀ ଏତେ ଛୋଟ ବୟସରୁ ଯଦି ଏତେ ସଭ୍ୟ ବିଚାର ହୋଇପାରେ ତାହେଲେ ସମାଜକୁ ଆଉଟିକେ ଶୁଦ୍ଧ ବନାଇବାରେ କେହି ରୋକି ପାରିବେ ନାହିଁ ।