Below header

ଟିଟିଲାଗଡ଼: ବଙ୍ଗୋମୁଣ୍ଡା ଥାନା ମାଲପଡ଼ା ଗାଁରେ ପ୍ରଜାକୋର୍ଟ ପ୍ରଭାବ, ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଜଣଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଟିଟିଲାଗଡ଼(କେନ୍ୟୁଜ୍): ବଙ୍ଗୋମୁଣ୍ଡା ଥାନା ମାଲପଡ଼ା ଗାଁରେ ପ୍ରଜାକୋର୍ଟ । ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଜଣେ ବ୍ୟକ୍ତିକୁ ନିସ୍ତୁକ ପିଟିଲେ ଗ୍ରାମବାସୀ । ବଡ଼ଗମଡ଼ା ଗାଁର ଜଗା ଭୋଇ ନିକଟସ୍ଥ ମାଲପଡ଼ା ଗାଁକୁ ରାତିରେ ଦଣ୍ଡନୃତ୍ୟ ଦେଖିବାକୁ ଯାଇଥିଲେ । ସେହି ସମୟରେ କୌଣସି କାରଣରୁ ଗାଁ ଲୋକଙ୍କ ସହ ଜଗାର ଝଗଡ଼ା ହୋଇଥିଲା । ଏହାପରେ ଗ୍ରାମବାସୀ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଗାକୁ ଉଦ୍ଧାର କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଆହତ ଜଗାକୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.