ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ଇଡିର ସମନ, ସିଜେ ହାଉସ ସମ୍ପତ୍ତି ସମ୍ପର୍କରେ କରାଯିବ ପଚରାଉଚରା

କେନ୍ୟୁଜ୍ (ବ୍ୟୁରୋ): ଏନସିପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ଇଡିର ସମନ । ତାଙ୍କୁ ସିଜେ ହାଉସ ସମ୍ପତ୍ତି ସମ୍ପର୍କରେ ପଚରାଉଚରା କରାଯିବ । ଏହି ସମ୍ପତ୍ତି ଅଣ୍ଡରଓ୍ଵାର୍ଲଡ ଡନ୍‌ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ଇକବାଲ ମିର୍ଚିର । ପ୍ରଫୁଲ୍ଲଙ୍କ ପାଖରେ ସିଜେ ହାଉସର ୨ଟି ଫ୍ଲାଟ ରହିଛି। ୨୦୦୭ ମସିହାରେ ପ୍ରଫୁଲ୍ଲ ଓ ଇକବାଲଙ୍କ ମଧ୍ୟରେ ଏହି ଫ୍ଲାଟକୁ ନେଇ ଏକ ଏଗ୍ରିମେଣ୍ଟ ହୋଇଥିବା ଇଡି ସୂଚନା ଦେଇଛି। ଏଗ୍ରିମେଣ୍ଟରେ ପ୍ରଫୁଲ୍ଲଙ୍କ କୋ-ଓନର ଭାବେ ଦସ୍ତଖତ ରହିଛି। ଇକବାଲ ମିର୍ଚ୍ଚିଙ୍କ ୨୦୧୩ ମସିହାରେ ମୃତ୍ୟୁ ହୋଇଥିଲା। ସେପଟେ ଇଡିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଫୁଲ୍ଲ ପଟେଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.