ମିଳୁନି କାଠଯୋଡ଼ି ନଦୀକୁ ଡେଇଁଥିବା ଦେବବ୍ରତଙ୍କ ପତ୍ତା, ପହଁରା ଜାଣିଥିବାରୁ କୁଆଡ଼େ ପଳାଇଯାଇଥିବା ସନ୍ଦେହ

କଟକ(କେନ୍ୟୁଜ୍):   କାଠଯୋଡ଼ି ପୋଲରୁ ନଦୀଗର୍ଭକୁ ଡେଇଁଥିବା ଦେବବ୍ରତ ମହାପାତ୍ରଙ୍କ ମିଳିପାରିନି ପତ୍ତା। ଦେବବ୍ରତ ମହାପାତ୍ରଙ୍କୁ ଓଡ୍ରାଫ ଟିମ୍‌ ବହୁ ଖୋଜାଖୋଜି ପରେ ମଧ୍ୟ ପାଇ ପାରି ନାହିଁ। ନଦୀ ଭିତରେ ଓଡ୍ରାଫ ଟିମ ଖୋଜାଖୋଜି କରିଥିବାବେଳେ ନଦୀ କୂଳେ କୂଳେ ଜଗତସିଂହପୁର ପୋଲିସ ପର୍ଯ୍ୟନ୍ତ ଅନ୍ୟ ଏକ ଟିମ୍‌ ଯାଇ ଖୋଜାଖୋଜି କରିଥିଲା। ନଦୀକୂଳବର୍ତ୍ତୀ ଥିବା ସମସ୍ତ ଥାନାକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି। ଦେବବ୍ରତ ପହଁରା ଜାଣିଥିଲେ, ତେଣୁ ସେ ପହଁରି କିଛିବାଟ ଯିବା ପରେ କୁଆଡେ ପଳାଇ ଯାଇ ଥାଇ ପାରନ୍ତି ବୋଲି କହିଛନ୍ତି କଟକ ଡିିସିପି। ନଦୀରେ ଭରା ପାଣି ଥିବାରୁ ସେ ବୁଡି ଯାଇଥିବା ଆଂଶଙ୍କାକୁ ମଧ୍ୟ ଏଡାଇ ଯାଇ ହେବନି ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ। ଯାଜପୁର ଡୁବୁରୀରୁ ବାଇକରେ ସ୍ତ୍ରୀ ଓ ଛୁଆଙ୍କୁ ଧରି ଯାଉଥିବା ବେଳେ କଟକ କାଠଯୋଡି ପୋଲ ଉପରୁ ନଦୀଗର୍ଭକୁ ଡେଇଁ ପଡିଥିଲେ ଦେବବ୍ରତ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.