Below header

Google Mapsରେ ଦେଖାଯାଉଛନ୍ତି ମୃତ ଲୋକ! ଝଲକ୍‌ ଦେଖି ଭାବୁକ ହୋଇପଡ଼ୁଛନ୍ତି ୟୁଜର

ସାଧାରଣତଃ ଆମେ କୌଣସି ଜାଗା ବିଷୟରେ ଜାଣିବା ପାଇଁ କିମ୍ବା ସେଠାରେ ରାସ୍ତା ଖୋଜିବା ପାଇଁ ଗୁଗଲ ମ୍ୟାପ୍ସ ବ୍ୟବହାର କରିଥାଉ। କିନ୍ତୁ ଆଜିକାଲି କିଛି ୟୁଜର ମୃତ ଲୋକଙ୍କୁ ଏଥିରେ ଖୋଜିବାରେ ଲାଗିଛନ୍ତି। ଦୁନିଆରୁ ବିଦାୟ ନେଇସାରିଥିବା ନିଜ ଜେଜେ ମା’, ଜେଜେ ବାପା ଏବଂ ଅନ୍ୟ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ ସେମାନେ Google Maps ବ୍ୟବହାର କରୁଛନ୍ତି।

ଖବରରୁ ଜଣାପଡ଼ିଛି, ଗୁଗଲ୍‌ ମ୍ୟାପ୍ସର Street View ଫିଚରରେ କିଛି ସ୍ଥାନର ବର୍ଷ ବର୍ଷର ପୁରୁଣା ଫଟୋ ଦେଖିଥିବାକୁ ମିଳୁଛି। ଏହି ଫଟୋରେ ୟୁଜରଙ୍କ ମୃତ ପରିବାର ସଦସ୍ୟଙ୍କ ଫଟୋ ଦେଖାଯାଉଛି। ବର୍ଷ ବର୍ଷ ପରେ ସେମାନଙ୍କ ଫଟୋ ଦେଖି ୟୁଜରମାନେ ଭାବୁକ ହୋଇପଡ଼ୁଛନ୍ତି।

pi4

ମେସ୍କିକୋର ଲେସ୍‌ଲି ବରାଜା ନାମ୍ନୀ ୟୁଜର ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ବିଲ୍‌କୁଲ୍‌ ବି ଜଣା ନ ଥିଲା ଯେ ସେ ଏତେ ବର୍ଷ ପରେ ଏହିଭଳି ଭାବେ ନିଜ ଜେଜେ ବାପାଙ୍କୁ ଦେଖିପାରିବେ। ସେ ଟୁଇଟର୍‌ରେ ଏକ ଭିଡିଓ ମଧ୍ୟ ପୋଷ୍ଟ୍‍ କରିଛନ୍ତି। ଏହାସହିତ କ୍ୟାପ୍‌ସନ ଲେଖିଛନ୍ତି, ‘ମୋ ଜେଜେ ବାପାଙ୍କର ଅନେକ ଦିନ ହେବ ମୃତ୍ୟୁ ଘଟିସାରିଲାଣି। ଆମେ ତାଙ୍କୁ ଗୁଡ୍‌ବାଏ ମଧ୍ୟ କହିପାରି ନ ଥିଲୁ। କାଲି ମୁଁ ଗୁଗଲ୍‌ ମ୍ୟାପ୍ସରେ ତାଙ୍କ ଫାର୍ମ ହାଉସ୍‌ ଚେକ୍‌ କରୁଥିଲି। ଆଉ ମୁଁ ଯେତିକି ଯେତିକି ଆଗକୁ ବଢ଼ୁଥିଲି, ମୋ ଜେଜେ ବାପା ବସିଥିବାର ଦେଖାଯାଇଥିଲେ’।

pi8

ପୋଷ୍ଟରେ ହଜାର ହଜାର ରିପ୍ଲାଏ

ତାଙ୍କର ଏହି ପୋଷ୍ଟ ପଢ଼ି କିଛି ୟୁଜର ଗୁଗଲ ଷ୍ଟିଟ୍‌ ଭ୍ୟୁରେ ନିଜ ନିଜ ସମ୍ପର୍କୀୟଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ। କିଛିଜଣଙ୍କୁ ନିଜ ଜେଜେ ମା’, ଜେଜେ ବାପା, ଅଜା-ଆଈ ମିଳିଯାଇଥିଲେ। ଲେସ୍‌ଲିଙ୍କ ଏହି ଟୁଇଟ୍‌ ଉପରେ ହଜାର ହଜାର ଲୋକ ରିପ୍ଲାଏ କରିଥିଲେ।


ଆଉ ଜଣେ ୟୁଜର ଲେଖିଥିଲେ, ‘ମୋତେ ମୋ ଜେଜେ ମା’, ଜେଜେ ବାପାଙ୍କ କଥା ବହୁତ ମନେ ପଡ଼ୁଛି। ଏଥିପାଇଁ ମୁଁ ତାଙ୍କ ଆଡ୍ରେସ୍‌ ଗୁଗଲ୍‌ ମ୍ୟାପ୍ସରେ ଚେକ୍‌ କରିଥିଲି। ମୁଁ ସେମାନଙ୍କୁ ଦେଖି ମୋ କାନ୍ଦ ରୋକିପାରିଲି ନାହିଁ। ସେ ତାଙ୍କ ଚେୟାରରେ ବସି ଆରାମ କରୁଥିଲେ’।

କେବଳ ଏତିକି ନୁହେଁ, ଗୁଗଲ୍‌ ମଧ୍ୟ ନିଜେ ଏହା ଉପରେ ପ୍ରତିକ୍ରିୟା ରଖିଛି। ଗୁଗଲ ଏକ ଟୁଇଟ୍‌ରେ ଲେଖିଛି, ‘ଆମ ଟିସୁ ବକ୍ସ ପୂରା ଖାଲି ହୋଇଯାଇଛି। ଏହାକୁ ଶେୟାର କରିଥିବାରୁ ଧନ୍ୟବାଦ’।

po

ଭାରତରେ କାମ କରି ନ ଥାଏ ଷ୍ଟ୍ରିଟ୍‌ ଭ୍ୟୁ

ଭାରତରେ ଗୁଗଲ୍‌ ପ୍ଲେର ଷ୍ଟ୍ରିଟ୍‌ ଭ୍ୟୁ ଫିଚର କାମ କରୁନାହିଁ। ଗୁଗଲ ଏହାକୁ ଆରମ୍ଭ କରିବାର ପ୍ରସ୍ତାବ ରଖିଥିଲା। କିନ୍ତୁ ଭାରତ ସରକାର ସୁରକ୍ଷା କାରଣରୁ ଏହାକୁ ଭାରତରେ ଲାଗୁ କରିନାହାନ୍ତି। ଏହା ଏସିଆର କେତେକ ଦେଶ, ଯେପରି ବାଂଲାଦେଶ, ଭୁଟାନ, ଇଣ୍ଡୋନେସିଆ ଓ ଜାପାନରେ କାମ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.