Below header

ସଂରକ୍ଷଣ ଦାବିରେ ହିଂସାତ୍ମକ ରୂପ ନେଲା ଆନ୍ଦୋଳନ, ଜଲନାରେ ପୋଲିସ-ଆନ୍ଦୋଳନକାରୀ ଖଣ୍ଡଯୁଦ୍ଧ

ପୋଲିସ-ଆନ୍ଦୋଳନକାରୀ ଖଣ୍ଡଯୁଦ୍ଧ। ମହାରାଷ୍ଟ୍ର ଜଲନାରେ ହିଂସାତ୍ମକ ରୂପ ନେଲା ଆନ୍ଦୋଳନ। ବର୍ଷିଲା ଢ଼େଲା, ବୁଲିଲା ଲାଠି। ମରାଠା ସଂପ୍ରଦାୟ ପାଇଁ ସଂରକ୍ଷଣ ଦାବିରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଶୁକ୍ରବାର ହିଂସାତ୍ମକ ରୂପ ନେଇଥିଲା। ପୋଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ ଆନ୍ଦୋଳନକାରୀ।

ସ୍ଥିତି ନିୟନ୍ତ୍ରଣ କରିବାକୁ ଲାଠି ଚାର୍ଜ କରିଥିଲା ପୋଲିସ। ଆଜି ନିୟନ୍ତ୍ରଣକୁ ଆସିଥିଲା ସ୍ଥିତି। ତେବେ ହିଂସାକାଣ୍ଡରେ ଉଭୟ ପକ୍ଷରୁ ଅନେକ ଆହତ ହୋଇଛନ୍ତି। ୩୬୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ହିଂସାଚରଣରେ ସାମିଲ ଥିବା ୧୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.