Below header

୫୫୬ ତମ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ, ପୂରା ବିଶ୍ବକୁ ଚିନ୍ତାରେ ପକାଇଛି ପରମାଣୁ ଯୁଦ୍ଧ

୫୫୬ ତମ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ। ଆଉ ଏବେ ଏହି ଦୁଇ ଦେଶ ଯୁଦ୍ଧ ଆଡ଼କୁ ନେଇଛନ୍ତି ବଡ଼ ପଦକ୍ଷେପ ଯାହାକି ପୂରା ବିଶ୍ବକୁ ଚିନ୍ତାରେ ପକାଇଛି। ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧର ଆଶଙ୍କା ସମସ୍ତଙ୍କ ନିଦ ହଜାଇଦେଇଛି।

୫୫୬ ତମ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ। ଆଉ ଏବେ ଏହି ଦୁଇ ଦେଶ ଯୁଦ୍ଧ ଆଡ଼କୁ ନେଇଛନ୍ତି ବଡ଼ ପଦକ୍ଷେପ ଯାହାକି ପୂରା ବିଶ୍ବକୁ ଚିନ୍ତାରେ ପକାଇଛି। ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧର ଆଶଙ୍କା ସମସ୍ତଙ୍କ ନିଦ ହଜାଇଦେଇଛି। ଗୋଟେପଟେ ଋଷର ଉନ୍ନତ ମାନର ‘ସରମାତ’ ପରମାଣୁ ମିସାଇଲ ସିଷ୍ଟମକୁ ଆଲର୍ଟରେ ରଖିବାକୁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି।

ଆଉ ଅନ୍ୟପଟେ ବାଇଡେନ ପ୍ରଶାସନ ୟୁକ୍ରେନକୁ ବହୁ ବିବାଦୀୟ ‘ଟ୍ୟାଙ୍କ ବିଧ୍ବଂସି ପରମାଣୁ ଅସ୍ତ୍ର’ ପ୍ରଥମ ଥର ପାଇଁ ଯୋଗାଇ ଦେଇଛି। ବର୍ତ୍ତମାନ ଦୁଇଦେଶଙ୍କର ଏହି ନିଷ୍ପତ୍ତି ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇଛି।

କାରଣ ଋଷର ‘ସରମାତ’ ପରମାଣୁ ମିସାଇଲ ସିଷ୍ଟମକୁ ଆକ୍ରମଣ ମୁଦ୍ରାରେ ରଖିବାକୁ ପୁଟିନ ନିର୍ଦ୍ଦେଶ ଦେବା ପରେ କହିଛନ୍ତି ଏହା ପରେ ଋଷର ଶତ୍ରୁ ଦେଶ ମାନେ ଋଷକୁ ଆକ୍ରଣ କରିବା ପୂର୍ବରୁ ଦୁଇଥର ଚିନ୍ତା କରିବାକୁ ପଡ଼ିବ। ତେବେ ବିଶେଷଜ୍ଞଙ୍କ ମତରେ RS-28 ସରମାତ ୧୦ଟନର MIRVed ଧାରଣ କରିବାର କ୍ଷମତା ରଖୁଛି।

ବିଶ୍ବର ଯେକୌଣସି ସ୍ଥାନକୁ ଏହାକୁ ନିକ୍ଷେପ କରିହେବ । ସେପଟେ ‘ଟ୍ୟାଙ୍କ ବିଧ୍ବଂସି ପରମାଣୁ ଅସ୍ତ୍ର’ର କ୍ଷମତା ମଧ୍ୟ କିଛି କମ ନୁହେଁ। ଏହା ଲୋ ଗ୍ରେଡ ୟୁରାନିୟମକୁ ଧାରଣ କରିପାରିବ। ଏବଂ ଆକ୍ରମଣ ସମୟରେ ଯୁଦ୍ଧାସ୍ତ୍ରରେ ବ୍ୟବହାର କରାଯାଇପାରିବ। ଏହି ଯୁଦ୍ଧାସ୍ତ୍ରର ବ୍ୟବହାରକୁ ନେଇ ଆଗରୁ ବିବାଦ ଲାଗିଥିବା ବେଳେ ୟୁକ୍ରେନକୁ ଏହା ପ୍ରଦାନ କରିଛି ଆମେରିକା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.