Below header

କୋହଲି ଓ ଅନୁଷ୍କା କରୋନା ପାଇଁ ପ୍ରଧାନମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି, ହେଲେ ଗୋପନ ରଖିଛନ୍ତି

କରୋନା ଭାଇରସକୁ ମୁକାବିଲା ପାଇଁ ସାରା ଦେଶ ଏବେ ଏକ ହୋଇଯାଇଛି । ଏହି ବିପଦରୁ ମୁକୁଳିବା ପାଇଁ ନେତା ଠାରୁ ଅଭିନେତା, ସାଧାରଣ ଜନତା କିମ୍ବା ଶିଳ୍ପପତି ସମସ୍ତେ ସହଯୋଗର ହାତ ବଢ଼ାଇଛନ୍ତି ।

ଆଜି କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ଧର୍ମପତ୍ନୀ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମ୍ମା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପଣ୍ଡକୁ ଅର୍ଥ ଦାନ କରିଛନ୍ତି । କୋହିଲି ତାଙ୍କର ଟ୍ଵିଟର ମାଧ୍ୟମରେ ଏକଥା ଜଣାଇଛନ୍ତି । ତେବେ ତାଙ୍କର ଦାନ ଅର୍ଥକୁ ସର୍ବସାଧାରଣରେ ପ୍ରକାଶ କରି ନାହାଁନ୍ତି । ତାଙ୍କର ଅର୍ଥ କିଛି ଲୋକଙ୍କର କଷ୍ଟ ଲାଘବ କରିବ ବୋଲି ସେ ଆଶା କରିଛନ୍ତି ।

ସୂଚନା ଥାଉ କି କରୋନା ଉପରେ ଏହି ସେଲିବ୍ରିଟି ଦମ୍ପତି ସର୍ବସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ । ତେବେ ସେଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେବାକୁ ପଡ଼ିଥିଲା । ସେମାନେ ଏତେ ଧନୀ ହୋଇ ମଧ୍ୟ ପଇସା ନଦେଇ କେବଳ ବାର୍ତ୍ତା ଦେଉଛନ୍ତି ବୋଲି ଲୋକେ କହିଥିଲେ । ଯାହା ସେମାନଙ୍କୁ ଦୁଃଖ ଦେଇଛି । ତେବେ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ ବୀରୁଷ୍କା ୩ କୋଟି ଟଙ୍କା ଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.