କରୋନା ନେଲା ସେଲିବ୍ରିଟିଙ୍କ ଜୀବନ, ଆଖି ବୁଜିଲେ ଜାପାନୀ କମେଡିଆନ କେନ ଶିମୁରା

ଜାପାନର କମେଡିଆନ କେନ ଶିମୁରାଙ୍କ 70 ଵର୍ଷ ବୟସରେ ମୃତ୍ୟୁ ଘଟିଛି । ସେ କରୋନା ଭାଇରସରେ ଆକ୍ରାନ୍ତ ଥିଲେ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜାପାନରେ କରୋନା ଭାଇରସରେ କୌଣସି ସେଲିବ୍ରିଟିଙ୍କ ମୃତ୍ୟୁ ଘଟିବା, ଏହା ହେଉଛି ପ୍ରଥମ ଘଟଣା । ଏମିତି ବି କୁହାଯାଉଛି, 2016ରେ କେନଙ୍କର ଫୁସଫୁସ କ୍ୟାନସର ସର୍ଜରୀ ହୋଇଥିଲା ।

trr

ମିଡ଼ିଆ ରିପୋର୍ଟ ଅନୁସାରେ, ଜ୍ୱର ଏବଂ ନିମୋନିଆ ହେବାରୁ 19 ମାର୍ଚ୍ଚରେ କେନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କଠାରେ କରୋନା ଟେଷ୍ଟ ପଜିଟିଭ ବାହାରିଥିଲା । ତେବେ କେନ ଜାପାନର ଜଣେ ଲୋକପ୍ରିୟ କମେଡିଆନ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.