Below header

ମା, ମାଉସୀ ଓ ଭଉଣୀମାନଙ୍କ ଉପରେ ବୋଝ ହୁଅ ନାହିଁ

ଭୁବନେଶ୍ୱର ( କେ ନ୍ୟୁଜ୍‌) : ଦିନକର ବିରତି ପରେ ଆଜି ପୁଣି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ରାଜ୍ୟ କୋଭିଡ୍‌-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି । ସେ କହିଥିଲେ ଯେ କର୍ମଚାରୀମାନଙ୍କୁ ଦିନେ ବିଶ୍ରମ ଦେବା ପାଇଁ ଏହି ବିରତି ନେଇଥିଲୁ । ସେ ଆହୁରି ସୂଚନା ଦେଇଛନ୍ତି ଯେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗରିବ ଓ ନିରାଶ୍ରୟଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଖାଦ୍ୟ ବ୍ୟବସ୍ଥା ଜାରି ରହିଛି । ସମସ୍ତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି ।
ତେବେ ଆଜିର ସାମ୍ବାଦିକ ସମ୍ମିଳନୀରେ ସେ ଆଉ ଗୋଟିଏ କଥା ପ୍ରତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ସେ କହିଥିଲେ ଯେ ଏବେ ଲକ୍‌ଡାଉନ୍‌ ଯୋଗୁଁ ସମସ୍ତେ ଘରେ ରହୁଛନ୍ତି । ତେଣୁ ଖାଦ୍ୟପ୍ରିୟ ଓଡ଼ିଆମାନେ ନିଶ୍ଚିତ ଭାବେ ଘରେ ଥିବା ମହିଳାମାନଙ୍କ ଉପରେ ଅଧିକ ଚାପ ପକାଉଥିବେ । ଅନେକ ଥର ରନ୍ଧାରନ୍ଧି ପାଇଁ କହୁଥିବେ । ତେଣୁ ସେମାନଙ୍କୁ ପାଟି ସୁଆଦିଆ ଛଣାଛଣି ଠାରୁ ଆରମ୍ଭ କରି ତିନି ଓଳି ଭୋଜନ ରାନ୍ଧିବାକୁ ପଡୁଥିବ । ତେବେ ବର୍ତ୍ତମାନ ସମୟରେ ଏଭଳି ନକରି ମହିଳାମାନଙ୍କ ଉପରେ ଖାଦ୍ୟ ରାନ୍ଧିବାର ଚାପ ନପକାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ସେ କହିଛନ୍ତି ।
ଆହୁରି ମଧ୍ୟ ବାହାରେ ବୁଲିବା ବାହାନାରେ କିମ୍ବା ପରିବା ଆଣିବ ପାଇଁ ପ୍ରତିଦିନ ବାହାରକୁ ନଯିବାକୁ ମଧ୍ୟ ବାଗଚି କହିଛନ୍ତି । ଅତି କମ୍‌ରେ ତିନି ଦିନରେ ଥରେ ମାର୍କେଟିଂ କରିବାକୁ ସେ ଅନୁରୋଧ କରିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.