ଆଉ କେତେ ସଚେତନ କଲେ ଏମାନେ ସୁଧୁରିବେ?, ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ଆବେଦନ ପାଇଁ ଶହ ଶହ ଆବେଦନକାରୀ ହେଲେ ଏକାଠି, ଭୁଲିଗଲେ ସାମାଜିକ ଦୂରାତା

ଅନୁଗୁଳ(କେନ୍ୟୁଜ୍): କରୋନାର କାୟା ସମଗ୍ର ବିଶ୍ବକୁ ବିସ୍ତାର ହେବା ପରେ ମଧ୍ୟ ଆଜି ଯାଏଁ ଲୋକଙ୍କ ମୁଣ୍ଡରେ ସଚେତନତାର ଜ୍ଞାନ ଉଦୟ ହେଉ ନାହିଁ। ଯାହା ଫଳରେ କିଛି ଅମାନିଆ ଲୋକଙ୍କ ପାଇଁ କଷ୍ଟ ଭୋଗୁଛି ସମଗ୍ର ମାନବ ସମାଜ। ଏଭଳି କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। ଜିଲ୍ଲାରେ Covid-19 ମୁକାବିଲା ପାଇଁ ନୂତନ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତିର ବିଜ୍ଞପ୍ତି ବାହାରିଥିଲା। ଏଥିପାଇଁ  ଆଜି ଶହ ଶହ ଆବେଦନକାରୀ ଇଣ୍ଟରଭ୍ୟୁଦେବା  ପାଇଁ  ହାଇସ୍କୁଲରେ ପଡିଆରେ ଏକାଠି ହୋଇଥିଲେ। କିନ୍ତୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗୁଛି ଯେଉଁ ଆବେଦନକାରୀ ଏଠାକୁ ଇଣ୍ଟରଭ୍ୟୁ ପାଇଁ ଆସିଥିଲେ ସେମାନେ ଜଣେ ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ କେହି ଜଣେ ସୋସିଆଲ ଡିଷ୍ଟାନ୍ସିଂକୁ ଗୁରୁତ୍ବ ଦେଉନଥିଲେ। ଯେଉଁ ରୋଗର ଚିକିତ୍ସା ସେବା  ଯୋଗାଇ ଦେବା ପାଇଁ ଏମାନେ ଆବେଦନ କରିବାକୁ ଆସିଥିଲେ  ସେମାନେ ନିଜେ ବୁଝି ନଥିଲେ ଏହା ସାମାଜିକ ଏକତାରେ ହିଁ ବ୍ୟାପୁଛି। ଏହି ଘଟଣାକୁ  ନେଇ ଅନେକ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.