ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଭାଷଣ ସମସ୍ତଙ୍କ ଆଖିରେ ଲୁହ ନେଇ ଆସିଲା

୧-ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟିରେ ଗୁଡ଼ାଇ ଦିଆଗଲା ୟୁକ୍ରେନ୍ ଜାତୀୟ ପତାକା । ୟୁକ୍ରେନ୍କୁ ସହାୟତା ଦେବାକୁ ଆମେରିକାର ଘୋଷଣା ।
୨-ତୁରନ୍ତ ଯେମିତି ହେଉ ୟୁକ୍ରେନ୍ ରାଜଧାନୀ କିଏଭ୍ ଛାଡ଼ି ଚାଲି ଯିବାକୁ ଭାରତୀୟମାନଙ୍କୁ ନିର୍ଦ୍ଦେଶ ଦେଲା ବୈଦେଶିକ ମନ୍ତ୍ରାଳୟ ।
୩-ରୁଷିଆ କହିଲା ଫେସ୍ବୁକ୍ ଓ ଗୁଗୁଲ ଯୁଦ୍ଧକୁ ବଢ଼ାଇବା ପାଇଁ ଉସକାଉଛନ୍ତି ।
୪-ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଲେ ରୁଷିଆ ହେଉଛି ଏକ ଆତଙ୍କବାଦୀ ଦେଶ । ଶୈତାନ୍କୁ ରୋକିବାକୁ ହେବ ଆଉ ମାନବତାର ରକ୍ଷା କରିବାକୁ ହେବ ।
୫-ରୁଷିଆର ଦାବି, ଆମେ ୟୁକ୍ରେନ୍ର ୩୯୫ଟି ଟ୍ୟାଙ୍କ ଏବଂ ୫୯ଟି ରକେଟ୍ ଲଞ୍ଚରକୁ ଧ୍ୱଂସ କରି ଦେଇଛୁ ।
୬-ୟୁରୋପୀୟ ସଂଘରେ ସାମିଲ ହେବା ପାଇଁ ୟୁକ୍ରେନ୍ କରିଥିବା ଦରଖାସ୍ତକୁ ଗ୍ରହଣ କରିଛି ୟୁରୋପିଆନ୍ ୟୁନିୟନ୍ ।
୭-ଫ୍ରାନ୍ସକୁ ରୁଷିଆର ପାଲଟା ଧମକ, ଅର୍ଥନୈତିକ ଯୁଦ୍ଧକୁ ସତରେ ପରିଣତ କରିଦେବୁ ।
୮-ୟୁରୋପିଆନ୍ ୟୁନିୟନ ରେ ଭାଷଣ ଦେଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି। ସମସ୍ତଙ୍କୁ ଭାବବିହ୍ଵଳ କରିଦେଲେ । କହିଲେ ଆମର ଅସ୍ତିତ୍ୱ ଥିବା ଯାଏ ଆମେ ରୁଷିଆ ସହ ଲଢ଼େଇ କରିବୁ ।
୯-ଯୁଦ୍ଧ ସ୍ଥିତି ନେଇ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ଙ୍କ ସହ ଟେଲିଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୧୦-ୟୁକ୍ରେନ୍ର ସିକ୍ୟୁରିଟି ସର୍ଭିସ ସାଇଟ୍କୁ ଆକ୍ରମଣ କରିବାକୁ ଧମକ ଦେଲା ରୁଷିଆ ।
୧୧-ଖାରକିବ ଉପରେ ରୁଷିଆର ମିସାଇଲ୍ ଆକ୍ରମଣ । ଡାକ୍ତରଖାନା ଧ୍ୱଂସ।
୧୨-ୟୁକ୍ରେନ୍ ପୋଲିସ୍ ଭାରତୀୟ ଛାତ୍ରଙ୍କୁ ଟ୍ରେନ୍ରେ ଚଢ଼ିବାକୁ ଦେଉ ନଥିବା ସୂଚନା ।