Below header

ପୂର୍ବତନ କ୍ରିକେଟର୍ ଓ ପଶ୍ଚିମ ବଙ୍ଗ କ୍ରୀଡ଼ା ମନ୍ତ୍ରୀ ଲକ୍ଷ୍ମୀ ରତନ ଶୁକ୍ଳାଙ୍କ ପତ୍ନୀ କରୋନା ପଜିଟିଭ୍‌

କୋଲକାତା : ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ତଥା ବର୍ତ୍ତମାନ ପଶ୍ଚିମବଙ୍ଗର କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଳାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ତାଙ୍କର ପୂରା ପରିବାର ଏବେ କ୍ୱାରେଣ୍ଟାଇନ୍‌ରେ ।
ବଙ୍ଗଳା ରଣଜୀ ଦଳର ପୂର୍ବତନ ଅଧିନାୟକ ଲକ୍ଷ୍ମୀ ରତନ ଶୁକ୍ଳାଙ୍କର ପତ୍ନୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡେପୁଟୀ ସେକ୍ରେଟାରୀ । ସେ କୋଭିଡ୍‌ରେ ସଂକ୍ରମିତ ହୋଇଥିବା କଥା ନିଜେ ଲକ୍ଷ୍ମୀ ରତନ ସ୍ୱୀକାର କରିବା ସହ ତାଙ୍କର ଚିକିତ୍ସା ଚାଲିଛି ବୋଲି କହିଛନ୍ତି । ତେଣୁ ତାଙ୍କର ବୟସ୍କ ବାପା ଏବଂ ଦୁଇ ପୁଅଙ୍କୁ ଅଲଗା ଘରେ ରଖାଯାଇଛି । ଗତ ଗୁରୁବାର ଦିନ ଘରର ସମସ୍ତ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା ।
ଲକ୍ଷ୍ମୀ ରତନ ଗତ ୨୦୧୬ରେ ତୃଣମୂଳ କଂଗ୍ରେସ ଟିକେଟ୍‌ରେ ହାଓଡ଼ା ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ପଦ ସମ୍ଭାଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.