ଆଜି ହିଁ ବ୍ରେକଫାଷ୍ଟରେ ପ୍ରସ୍ତୁତ କରନ୍ତୁ ପଞ୍ଜାବୀ ଷ୍ଟାଇଲ ପାଲକ ପୁରି

ଆବଶ୍ୟକୀୟ ସାମଗ୍ରୀ

  • ପାଳଙ୍ଗ 500 ଗ୍ରାମ
  • ଅଟା 500 ଗ୍ରାମ
  • ଅଦା
  • ବେସନ 2 ଚାମଚ
  • ଜିରା ଅଳ୍ପ
  • ଜିରା ଗୁଣ୍ଡ ଅଳ୍ପ
  • ଲଙ୍କାଗୁଣ୍ଡ
  • ଗରମ ମସଲା
  • ତେଲ
  • ଲୁଣ ସ୍ୱାଦ ଅନୁସାରେ

Punjabi style spinach whole recipe in hindi!  How to make Palak puri recipe [Step bt step] Step 1

ପ୍ରସ୍ତୁତି ପ୍ରଣାଳୀ

ପାଲକ ପୁରି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ପାଳଙ୍ଗ ଓ ଅଦାକୁ ଭଲଭାବେ ଧୋଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ମନେରଖନ୍ତୁ ଏହି ପେଷ୍ଟରେ ପାଣି ମିସାଇବେ ନାହିଁ । ବର୍ତ୍ତମାନ ଏକ ପାତ୍ରରେ ଅଟା, ବେସନ, ଜିରା, ତେଲ, ମସଲା ଗୁଣ୍ଡ( ଜିରାଗୁଣ୍ଡ, ଲଙ୍କାଗୁଣ୍ଡ ଏବଂ ଗରମ ମସଲା) ଓ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ।

Punjabi style spinach whole recipe in hindi!  How to make Palak puri recipe [Step bt step] Step 7

ବର୍ତ୍ତମାନ ଏଥିରେ ପୂର୍ବ ପ୍ରସ୍ତୁତ ପେଷ୍ଟ ମିଶାଇ ଭଲଭାବେ ଚକଟନ୍ତୁ । ଭଲଭାବେ ଚକଟି ହୋଇଗଲା ପରେ ଆପଣ ଏହାକୁ ଏକ ସୁତା କପଡ଼ାରେ ଗୁଡ଼ାଇ ରଖିଦିଅନ୍ତୁ ।

Punjabi style spinach whole recipe in hindi!  How to make Palak puri recipe [Step bt step] Step 9

 

କିଛି ସମୟ ପରେ ଏହାକୁ ବାହାର କରି ଛୋଟ ଛୋଟ ଗୁଳା କରି ବେଲି ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରି ଏହାକୁ ଛାଣି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ପଞ୍ଜାବୀ ଷ୍ଟାଇଲ ପାଲକ ପୁରି । ଏହାକୁ ଆପଣ ଯେକୌଣସି ଚଟଣି କିମ୍ବା ତରକାରୀ ସହିତ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.