ମିତା ଦିଦିଙ୍କ ସବୁଜୀମା କ୍ଷେତ, ପେଷାରେ ଆଇନଜୀବୀ ହୋଇ ମଧ୍ୟ କ୍ଷେତରେ ଫଳାଉଛନ୍ତି ସୁନାର ଫସଲ

ଭୁବନେଶ୍ବର(କେନ୍ୟୁଜ୍): ପେଷାରେ ଆଇନଜୀବୀ କିନ୍ତୁ  ଭୁଲି ନାହାନ୍ତି ଓଡିଆ ଜାତିର ଆଦ୍ୟ ବେଉସାକୁ। ଅନେକ ମୁଦାଲଙ୍କ କେସ ଲଢି ଭୁବନେଶ୍ବର ବାର ଆସୋସିଏସନରେ ନିଜକୁ ବେଶ୍ ଚର୍ଚ୍ଚିତ କରିପାରିଛନ୍ତି ଆଇନଜୀବୀ ମିତା ମଞ୍ଜରୀ  ପଣ୍ଡା । କିନ୍ତୁ  ବୃତ୍ତିରୁ ଟିକିଏ ଫୁରସତ ମିଳିଲେ ମାଡିଯାଆନ୍ତି  ନିଜ ଚାଷ ଜମି ଆଡକୁ।

ଧାନ ବେଉଷଣ ଠାରୁ ତଳି ରୁଆ ଓ ତଳି ପକାଇବା ପର୍ଯ୍ୟନ୍ତ ସବୁ କାମକୁ ଅତି ସହଜରେ କରିପାରନ୍ତି। ନିଜ ଜମିରେ ନିଜ ଝାଳ ବୁହାଇ ଫଳାନ୍ତି ସୁନାର ଫସଲ । ଯେହେତୁ କରୋନା କଠକଣା ପାଇଁ ବନ୍ଦ ହୋଇଯାଇଛି ଭୁବନେଶ୍ବର କୋର୍ଟ ତେଣୁ ମିତାଙ୍କୁ ମିଳିଯାଉଛି ପର୍ଯ୍ୟାପ୍ତ ସମୟ। ଦିନ ତମାମ ଚାଷ ଜମିରେ ନିଜର ବଳ ଘଟାଇ୍ର ଧାନ ଚାଷ କରି ଚାଲୁଥାନ୍ତି।

ଆଉ ବର୍ଷ ଶେଷରେ ନିଜର ପରିଶ୍ରମର ଫଳ ପାଇ ବେଶକ ଖୁସି ହୋଇଥାନ୍ତି। ମିତାଙ୍କ ଏଭଳି ଚାଷ କାମରେ ଆଗ୍ରହ ଦେଖି ବହୁ ବୁଦ୍ଧିଜୀବୀ ପ୍ରଶାଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.