ନେପାଳ ଶାସନ ଡୋର ଏବେ ଚୀନ୍ ହାତରେ ! ଡ୍ରାଗନ୍ ଯୋଗୁ ପ୍ରଧାନମନ୍ତ୍ରୀକୁ ମିଳିଲା ସପ୍ତାହର ମହଲତ୍

କାଠମାଣ୍ଡୁ : ବାରମ୍ବାର ଭାରତ ବିରୋଧୀ ମନ୍ତବ୍ୟ ଦେବା ସହ ଭାରତ ବିରୋଧୀ କାର୍ଯ୍ୟ ଶୈଳୀକୁ ନେଇ ନେପାଳରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି । ଦେଶର ବିରୋଧୀ ଦଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି ।
ଭାରତ ବିରୋଧୀ ମନ୍ତବ୍ୟ ପାଇଁ ନେପାଳ କମ୍ୟୁନିଷ୍ଟ ପାର୍ଟିର ୪୫ ସଦସ୍ୟ ଶକ୍ତିଶାଳୀ ସ୍ଥାୟୀ କମିଟି ପ୍ରଧାନମନ୍ତ୍ରୀ ଓଲିଙ୍କୁ ବିରୋଧ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଓଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ହେବାକୁ ଥିବା ଏନ୍ସିପି ବୈଠକ ଏବେ ୫ମ ଥର ପାଇଁ ଘୁଞ୍ଚିଛି ।
ଦେଶରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ବୈଠକକୁ ସପ୍ତାହ ଲାଗି ସ୍ଥଗିତ କରାଯାଇଛି ବୋଲି ଉପ ପ୍ରଧାନମନ୍ତ୍ରୀ ନାରାୟଣ କାଜୀ ଶ୍ରେଷ୍ଠ କହିଛନ୍ତି । ଓଲିଙ୍କ ବିପଦରୁ ରକ୍ଷା କରିବା ପାଇଁ ଚୀନ୍ ରାଷ୍ଟ୍ରଦୂତ ହୋ ୟାଙ୍ଗୀ ନେପାଳ କମ୍ୟୁନିଷ୍ଟ ପାର୍ଟି ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସହ ବୈଠକ କରିଛନ୍ତି ।
ନେପାଳ ଶାସନରେ ଚୀନ୍ର ଆଧିପତ୍ୟ ଏହାକୁ ପ୍ରମାଣ କରୁଛି । ନେପାଳରେ ଉପୁଜିଥିବା ସଙ୍କଟର ସମାଧାନ ପାଇଁ ଚୀନ୍ ଜୋର୍ଦାର୍ ଲାଗି ଯାଇଥବା ବେଳେ ଏବେ ଚୀନ୍ ସରକାରଙ୍କ ଡୋର ଡ୍ରାଗନ୍ ହାତରେ ଥିବା ଏକ ରକମ ସ୍ପଷ୍ଟ ହୋଇଯାଇଛି ।