Below header

କରୋନା ଔଷଧର କଳାକାବଜାରୀ, ଗିରଫ ହେଲେ ମୁମ୍ବାଇର ଜଣେ ଔଷଧ ଦୋକାନୀ

କେନ୍ୟୁଜ୍(ବ୍ୟୁରୋ):  କରୋନା ଔଷଧର କଳାକାବଜାରୀ । ୫ ହଜାର ଟଙ୍କାର ଔଷଧକୁ ୨୦ ହଜାର ଟଙ୍କାରେ ବିକ୍ରି କରାଯାଉଛି। ଜୀବନରକ୍ଷାକାରୀ ରେମଡେସିଭରକୁ ବଜାର ମୂଲ୍ୟର ୪ ଗୁଣା ଦାମ୍‌ରେ ବିକି ଗିରଫ ହୋଇଛନ୍ତି ମୁମ୍ବାଇର ଜଣେ ଔଷଧ ଦୋକାନୀ । ମିରା ରୋଡ୍‌ ଥାନା ପୋଲିସ ଗିରଫ କରିଛି । ଔଷଧ ଦୋକାନୀ ସୋନୁ ଦର୍ଶି ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଅଭିଯୋଗ ପାଇବା ପରେ ଗ୍ରାହକ ଭାବେ ଔଷଧ କିଣିବାକୁ ଯାଇ ରେଡ୍‌ ହ୍ୟାଣ୍ଡରେ ଧରିଛି ପୋଲିସ।

ଗିରଫ ଦୋକାନୀ ଠାରୁ ୪ ଶିଶି ଔଷଧ ଜବତ ହୋଇଛି । ଏକ ହସ୍ପିଟାଲରୁ ରେମଡେସିଭର ଆଣିଥିବା ପୋଲିସକୁ କହିଛନ୍ତି ଗିରଫ ଅଭିଯୁକ୍ତ। ରେମଡେସିଭର୍‌ ବଜାର ମୂଲ୍ୟ ୫ ହଜାର ୪୦୦ ଟଙ୍କା । ଏହା ୨୦ ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଜଣାପଡିଛି। ମୁମ୍ବାଇରେ ଏ ନେଇ ଏକ ର‍୍ୟାକେଟ୍‌ କାମ କରୁଥିବା ସଂଦେହ କରି ଅଧିକ ଛାନଭିନ୍‌ କରୁଛି ପୋଲିସ । ମହାରାଷ୍ଟ୍ର ସମେତ ଦେଶର କିଛି ସ୍ଥାନରେ ରେମଡେସିଭର ଓ ଟୋସିଲିଜୁମାବ କଳାବଜାରୀ ହେଉଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.