Below header

ଆଜି ପରେ କଣ ହେବ ଆଫଗାନିସ୍ତାନ ଭାଗ୍ୟ? ସାରା ବିଶ୍ୱର ନଜର

ଆଫଗାନିସ୍ତାନ: ଅଗଷ୍ଟ ୩୧ ବା ଆଜି ପରେ କଣ ହେବ ଆଫଗାନିସ୍ତାନ ଭାଗ୍ୟ। ତାଲିବାନୀ ଶାସନକୁ ବିଶ୍ୱର ଅନ୍ୟ ଦେଶ ମାନ୍ୟତା ଦେବେ କି? ବରାଦର କରିବେ ରାଜ୍‌ ନା ଆଉ କିଏ ? କଣ ରହିବ ହମିଦ୍‌ କାରଜାଇ ଓ ଅବଦୁଲ୍ଲାହ ଅବଦୁଲ୍ଲାହ ଭୂମିକା ? ତାଲିବାନ ଏହି ଦୁଇ ନେତାଙ୍କ ସହ କଥା ହୋଇଥିଲା ।

afganistan

ଏହି ଦୁଇ ନେତା ସରକାରରେ ସାମିଲ ହେବେ କି ? ତାଲିବାନୀ ସରିୟା ନିୟମ ଆଧାରରେ ଶାସନ କରନ୍ତି। ୧୯୯୬ରୁ ୨୦୦୧ ମଧ୍ୟରେ ଦେଖିବାକୁ ଥିଲା ମାନବାଧିକାର ଉଲ୍ଲଂଘନ। ଝିଅଙ୍କୁ ପାଠପଢା ମନାଥିଲା। ମହିଳା ଘରୁ ବାହାରିବା ଉପରେ ଥିଲା କଟକଣା। କର୍ମକ୍ଷେତ୍ରରେ ନଥିଲେ ମହିଳା। ଏବେ କଣ ହେବ। ମହିଳାଙ୍କୁ କେତେ ସ୍ୱାଧୀନତା ମିଳିବ? ମହିଳାଙ୍କ ଶିକ୍ଷା ପାଇଁ କଣ କରିବେ ତାଲିବାନ।

ପଞ୍ଜସିରର ଭବିଷ୍ୟତ କ’ଣ ହେବ ? ତାଲିବାକୁ ଅନ୍ୟ ଦେଶ ମାନ୍ୟତା ଦେବେ କି ? ପାକିସ୍ତାନ ଚୀନ, ତୁର୍କୀ, କତାରକୁ ଛାଡିଦେଲେ ଅନ୍ୟ କେହି ମାନ୍ୟତା ଦେଇନାହାନ୍ତି । ପୂର୍ବ ତାଲିବାନୀ ଶାସକ ଆତଙ୍କବାଦକୁ ସାହାଯ୍ୟ କରୁଥିଲେ। ଅଲକାଏଦାକୁ ପ୍ରଶ୍ରୟ ଦିଆଯାଇଥିଲା। ଏବେ କଣ ପୁଣି ଅଲ୍‌କାଏଦ ଫେରିବ ? ଲାଦେନ୍‌ର ସହଯୋଗୀ ଅମିନ୍‌ ଉଲ ହକ୍‌ ଆଫଗାନିସ୍ତାନ ଫେରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.