ବିଲରୁ କାମ ସାରି ଫେରିବା ବାଟରେ ବଜ୍ରାଘାତରେ ଟଳିପଡିଲେ ଯୁବତୀ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କାଶୀବେଡ଼ା ଗ୍ରାମରେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଚନ୍ଦ୍ରା ମୁଣ୍ଡାଙ୍କ ଝିଅ ପଦ୍ମିନୀ ମୁଣ୍ଡା ବିଲରୁ କାମ ସାରି ଫେରିବା ବାଟରେ ବଜ୍ରାଘାତ ହେବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡଥିଲେ।

ତେବେ ଖବର ପାଇ ଅଗ୍ନିଶମ ବାହିନୀ ଯୁବତୀଙ୍କୁ ଉଦ୍ଧାର କରି ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.