ଦକ୍ଷିଣ-ଆଫ୍ରିକାରେ ଚିହ୍ନଟ ହେଲା କରୋନାର ଆଉ ଏକ ମାରାତ୍ମକ ଭାରିଏଣ୍ଟ, କାମ ନ କରିପାରେ ଭ୍ୟାକ୍ସିନ!

ନୂଆଦିଲ୍ଲୀ: ବିଶ୍ୱର ପ୍ରାୟ ସମସ୍ତ ଦେଶ ଏବେ କରୋନା ମହାମାରୀ ସହ ଲଢି ଚାଲିଛନ୍ତି । ଏପଟେ ଦେଶରେ କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବି ବଢି ଯାଇଛି । ଏବେ କିଛି ଦେଶରେ କରୋନାର ଏକ ମାରାତ୍ମକ ଭାରିଏଣ୍ଟ ସାମ୍ନାକୁ ଆସିଥିବା କୁହାଯାଉଛି । କୁହାଯାଉଛି କି ଏହି ଭାରିଏଣ୍ଟ ପ୍ରଥମଠାରୁ ଭାରି ମାରାତ୍ମକ ଓ ଏଥିରେ ଭ୍ୟାକ୍ସିନ କାମ କରି ନ ପାରେ । ଏହି ଭାରିଆଣ୍ଟକୁ ସି.୧.୨ ବୋଲି ନାମିତ କରାଯାଇଛି ।

ଦକ୍ଷିଣ ଆଫ୍ରିକାର ଜାତୀୟ ସଂକ୍ରାମକ ରୋଗ ପ୍ରତିଷ୍ଠାନ ଓ କ୍ୱାଜୁଲୁ-ନାଟାଲ ରିସର୍ଚ୍ଚ ଇନୋଭେସନ ଏଣ୍ଡ ସିକ୍ୱେସିଙ୍ଗ୍‌ ପ୍ଲାଟଫର୍ମ (କ୍ରିସପ)ର ଗବେଷକମାନେ କହିଛନ୍ତି ଯେ ଗତ ମେ ମାସରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ସି.୧.୨କୁ ଚିହ୍ନଟ କରାଯାଇଥିଲା । ଇତି ମଧ୍ୟରେ ସି.୧.୨ ବିଶ୍ୱର ଆଉ କେତେକ ଦେଶ ଯଥା ଚୀନ, କଙ୍ଗୋ, ବ୍ରିଟେନ, ମରିସସ, ନ୍ୟୁଜିଲାଣ୍ଡ ଓ ସ୍ୱିଜରଲାଣ୍ଡରେ ପହଞ୍ଚିସାରିଲାଣି । ଏହି ଭାରିଆଣ୍ଟ କରୋନା ଭୁତାଣୁର ଅନ୍ୟ ଭାରିଆଣ୍ଟଗୁଡ଼ିକଠାରୁ ଅଧିକ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବାବେଳେ ଟିକା ଦ୍ୱାରା ସୃଷ୍ଟ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଏହା ମାତ ଦେଇପାରୁଛି । ଏହି ଭାରିଆଣ୍ଟର ବାର୍ଷିକ ମ୍ୟୁଟେସନ ହାର ୪୧.୮ ପ୍ରତିଶତ ରହିଛି, ଯାହାକି ଅନ୍ୟ ଭାରିଆଣ୍ଟଗୁଡ଼ିକର ହାରାହାରି ମ୍ୟୁଟେସନ ହାରର ଦୁଇଗୁଣ । ଏହି କାରଣରୁ ଏହି ଭାରିଆଣ୍ଟ ଉପରେ ଟିକାର ପ୍ରଭାବ କମ ରହୁଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.