Below header

କେବେ ହେବ ଲୋକସଭା ନିର୍ବାଚନ ? ଗୁରୁବାର କିମ୍ବା ଶୁକ୍ରବାର ହୋଇପାରେ ତାରିଖ ଘୋଷଣା

କେବେ ହେବ ନିର୍ବାଚନ ତାରିଖ ଘୋଷଣା ? ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ଆସନ୍ତା ସୋମବାରରୁ ବୁଧବାର ଯାଏ ନିର୍ବାଚନ କମିଶନ ଜାମ୍ମୁକାଶ୍ମୀର ଗସ୍ତରେ ଯିବେ । ସେଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ କମିଶନ ।

ନୂଆଦିଲ୍ଲୀ : କେବେ ହେବ ନିର୍ବାଚନ ତାରିଖ ଘୋଷଣା ? ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ଆସନ୍ତା ସୋମବାରରୁ ବୁଧବାର ଯାଏ ନିର୍ବାଚନ କମିଶନ ଜାମ୍ମୁକାଶ୍ମୀର ଗସ୍ତରେ ଯିବେ । ସେଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ କମିଶନ । ନିର୍ବାଚନ କମିଶନଙ୍କ ଶେଷ ଗସ୍ତ ସରିବା ପରେ ଆଗାମୀ ଲୋକସଭା ଓ ନିର୍ବାଚନ ତାରିଖ ଘୋଷଣା ହେବ । ଏଥିପାଇଁ ଗୁରୁବାର କିମ୍ବା ଶୁକ୍ରବାର ଦିନ ତାରିଖ ଘୋଷଣା ହେବାର ସମ୍ଭାବନା ଥିବା ଏକ ସୂତ୍ରରୁ ଜଣାଯାଇଛି । ନିର୍ବାଚନ ତାରିଖ ଘୋଷଣା ସହ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ଠିକ ୫ ବର୍ଷ ପୂର୍ବରୁ ଗତ ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ଏଥିସହ ଓଡ଼ିଶା ସମେତ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରାଯାଇଥିଲା ।

ଏବେ ୨୦୨୪ ନିର୍ବାଚନ ତାରିଖ ଘୋଷଣାକୁ ସମସ୍ତଙ୍କ ଅପେକ୍ଷା ରହିଛି । ଏଭିତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ରାଜ୍ୟର ସମସ୍ତ ଜିଲ୍ଲାର ନୋଡାଲ ଅଧିକାରୀଙ୍କ ନିର୍ବାଚନୀ ଖର୍ଚ୍ଚ ସଂପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଆଗାମୀ ସାଧାରଣ ନିର୍ବାଚନକୁ ମୁକ୍ତ ଓ ଅବାଧ ରଖିବା ପାଇଁ ନିର୍ବାଚନୀ ଖର୍ଚ୍ଚ ଉପରେ କିପରି ନଜର ରଖାଯିବ ତାହା ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀଙ୍କୁ ନିଜର ଗୁରୁଦାୟିତ୍ବ ସଂପୂର୍ଣ୍ଣ ଭାବେ ନିର୍ଭୁଲ ଓ ନିର୍ଭୀକତାର ସହ ସଂପାଦନ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ବିଧାନସଭା ଓ ଲୋକସଭା କ୍ଷେତ୍ରରେ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଯଥାକ୍ରମେ ୪୦ ଲକ୍ଷ ଓ ୯୫ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ଏହା ଉପରେ କଡ଼ା ନଜର ରଖାଯିବ । ସି ଭିଜିଲ ଆପ୍ଲିକେସନ ମାଧ୍ୟମରେ ଜନସାଧାରଣଙ୍କ ଅଭିଯୋଗର ସମାଧାନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଗୁରୁତ୍ବ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.