କଇଁଚ୍ଛ ମାଂସ ଖାଇ ୯ ମୃତ, ୭୮ ଆହତ

ତାଞ୍ଜାନିଆ ପାଖରେ ଥିବା ଜଞ୍ଜିବାର ଦ୍ୱୀପରେ କଇଁଚ୍ଛ ମାଂସ ଖାଇ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୮ ଜଣ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଶନିବାର ରାତିରେ କଇଁଚ୍ଛ ମାଂସ ରାନ୍ଧି ଖାଇବାରୁ ୮ ଜଣ ଲୋକଙ୍କ ସହିତ ଜଣେ ପିଲାର ମୃତ୍ୟୁ ହୋଇଛି ।

ଆଫ୍ରିକା ଦେଶ ତାଞ୍ଜାନିଆ ପାଖରେ ଥିବା ଜଞ୍ଜିବାର ଦ୍ୱୀପରେ କଇଁଚ୍ଛ ମାଂସ ଖାଇ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୮ ଜଣ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ସମୁଦ୍ରୀ କଇଁଚ୍ଛଙ୍କ ମାଂସ ସବୁଠାରୁ ଅଧିକ ବିଷାକ୍ତ ହୋଇଥାଏ । ତେଣୁ ଏହାକୁ ଖାଇବାକୁ ମନା କରାଯାଏ । କିନ୍ତୁ ଜନଜାତି ଲୋକ ଏହାକୁ ଖାଇ ଗୁରୁତର ହୋଇଛନ୍ତି ।

ଖବର ମୁତାବକ, ଜଞ୍ଜିବାର ଲୋକ ସମୁଦ୍ର କଇଁଚ୍ଛ ମାଂସ ବହୁତ ଭାବେ ଖାଇଥାନ୍ତି । ଏଠାରେ ଅଧିକାଂଶ ଲୋକ ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁବରଣ କରିଥାନ୍ତି । ତେବେ ଶନିବାର ରାତିରେ କଇଁଚ୍ଛ ମାଂସ ରାନ୍ଧି ଖାଇବାରୁ ୮ ଜଣ ଲୋକଙ୍କ ସହିତ ଜଣେ ପିଲାର ମୃତ୍ୟୁ ହୋଇଛି । ଏହାକୁ ଖାଇ ୭୮ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସମୁଦ୍ରୀ କଇଁଚ୍ଛଙ୍କ ମାଂସ ସବୁଠାରୁ ଅଧିକ ବିଷାକ୍ତ ହୋଇଥାଏ । ତେଣୁ ଏହାକୁ ଖାଇବାକୁ ମନା କରାଯାଏ । କିନ୍ତୁ ଜନଜାତି ଲୋକ ଏହାକୁ ଖାଇ ଗୁରୁତର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.