Below header

ଚୀନର ୨ୟ କରୋନା ଭ୍ୟାକସିନର ବ୍ୟବହାର ପାଇଁ  WHO ପକ୍ଷରୁ ମିଳିଲା ଅନୁମତି

କରୋନା ଭାଇରସ ସଂକ୍ରମଣକୁ କମ କରିବା ପାଇଁ ସାରା ଦୁନିଆରେ ଭ୍ୟାକସିନ ଅଭିଯାନ ଚାଲିଛି । ମହାମାରୀ ଆରମ୍ଭ ହେବାର କିଛି ମାସ ପରେ ମେଡିକାଲ ରିସର୍ଚ୍ଚ କମ୍ପାନୀ ଔଷଧ ବାହାର କରିବାରେ ଲାଗି ପଡିଥିଲେ । ଏହି ସମୟ ମଧ୍ୟରେ ଅନେକ କମ୍ପାନୀ ଭ୍ୟାକସିନ ବାହାର କରି  ବ୍ୟବହାର ପାଇଁ ନିଷ୍ପତି ନିଆଯାଇଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଦିନ ଚୀନର ସିନୋଭାକ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଭ୍ୟାକସିନକୁ ମଞ୍ଜୁରି ପ୍ରଦାନ କରିଛି । ଏହା ଚୀନର ୨ୟ କରୋନା ଭ୍ୟାକସିନ ଟିକା । ଯାହାର ବ୍ୟବହାର ପାଇଁ ଅନୁମତି ମିଳିଛି ।

ଗତମାସ ଚୀନର ସିନୋଫ୍ରାମ କମ୍ପାନୀ ଦ୍ୱାରା ତିଆରି ହୋଇଥିବା କରୋନା ଭ୍ୟାକସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ମିଳିଥିଲା । ପଶ୍ଚିମ ଦେଶମାନଙ୍କ ମଧ୍ୟରୁ ଚୀନ ପ୍ରଥମ ରାଷ୍ଟ୍ର ଥିଲା, ଯାହାକୁ ଏହି ମଞ୍ଜୁରୀ ମିଳିଥିଲା । ଏବେ ପର୍ଯ୍ୟନ୍ତ ଫାଇଜର, ଆଷ୍ଟ୍ରୋଜେନେକା , ଜନସନ ଆଣ୍ଡ ଜନସନ , ମଡର୍ଣ୍ଣା ଭଳି ଭ୍ୟାକସିନକୁ ମଞ୍ଚୁରି ଦିଆ ହୋଇ ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.