ବ୍ରହ୍ମପୁର ଖୋଡାସିଙ୍ଗା ରାସ୍ତା ଉପରେ କୃତ୍ରିମ ବନ୍ୟା, ୨୮ ଇଂଚିଆ ପାଣି ପାଇପ୍‌ ଫାଟି ଯିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ

ବ୍ରହ୍ମପୁର: ରାସ୍ତା ଉପରେ କୃତ୍ରିମ ବନ୍ୟା। ବ୍ରହ୍ମପୁର ଖୋଡାସିଙ୍ଗା ରାସ୍ତାରେ ୨୮ ଇଂଚିଆ ପାଣି ପାଇପ୍‌ ଫାଟି ଯିବାରୁ ରାସ୍ତା ଉପରେ କିଛି ସମୟ ପାଇଁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା। ଫଳରେ ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।

ଖବର ପାଇ PHD କର୍ତ୍ତୁପକ୍ଷ ଘଟଣାସ୍ଥଳରେ ପହଞ୍ଚି ପାଇପ୍‌ ମରାମତି ଆରମ୍ଭ କରିଛନ୍ତି। ଉପର ମୁଣ୍ଡରେ ଜଳ ଯୋଗାଣ ବନ୍ଦ କରାଯିବାରୁ ରାସ୍ତାରେ ଆଉ ପାଣି ପ୍ରବାହିତ ହେଉନାହିଁ। ବ୍ରହ୍ମପୁରବାସୀଙ୍କୁ ଜାନିବିଲି ଜଳ ପ୍ରକଳ୍ପରୁ ପାଣି ଯୋଗାଣର ବ୍ୟବସ୍ଥା କରାଯାଇଥିବା ବିଭାଗୀୟ ଅଧୀକ୍ଷମ ଯନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.